ହ୍ୟାଣ୍ଡଲୁମ୍‌ ପୋଷାକର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୩।୪: ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପ ତଥା ହୋମ୍‌ ଗ୍ରାଉନ ବ୍ରାଣ୍ଡ୍‌ ‘ଅଙ୍କି’ର ପ୍ରଥମ ଅଫ୍‌ଲାଇନ ଷ୍ଟୋର ଭୁବନେଶ୍ୱରର ଜାଗମରା ଟ୍ରାଫିକ୍‌ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ୩୦୦ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ସ୍ବତନ୍ତ୍ର ଷ୍ଟୋର ତଥା ହ୍ୟାଣ୍ଡଲୁମ୍‌ ପୋଷାକର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ରେ ହସ୍ତତନ୍ତ ଶାଢ଼ି, କୁର୍ତ୍ତା ସେଟ୍‌ ସହ ହ୍ୟାଣ୍ଡ ପେଣ୍ଟେଡ୍‌, ଏମ୍ବ୍ରୋଡୋରିଡ୍‌ ଇଣ୍ଟ୍ରିକାସି, ଟ୍ରେଣ୍ଡି କୋ-ଓର୍ଡ ସେଟସ୍‌, ହାତ ତିଆରି ପିତ୍ତଳ ସାମଗ୍ରୀ, ଜର୍ମାନ ସିଲ୍‌ଭର, ଟେରାକୋଟା ଜୁଏଲେରି ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସର୍ବନିମ୍ନ ୩୦ଟଙ୍କାରୁ ଆରମ୍ଭକରି ୩୦ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଉପଲବ୍ଧ। ଏପରିକି ବ୍ରାଣ୍ଡ୍‌ର ଏହା ପ୍ରଥମ ଧରଣର ୱାକିନ୍‌ ଷ୍ଟୋର୍‌ ହୋଇଥିବାବେଳେ ଗ୍ରାହକମାନେ ସୁବିଧାରେ ଓ ସ୍ବତନ୍ତ୍ର ଏବଂ ଏକ୍ସକ୍ୟୁସାଇଟ୍‌ କଲେକ୍ସନଗୁଡିକୁ ଗ୍ରାହକ ସଂଗ୍ରହ କରିପାରିବେ। ଏପରିକି ଆମେ ଗୁଣାତ୍ମକ ଉତ୍ପାଦ ଏବଂ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ମନପସନ୍ଦର ସାମଗ୍ରୀ ଯୋଗାଇ ଦେଇଥାଉ ବୋଲି ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ଅଙ୍କିତା ମହାନ୍ତି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଆମେ ସବୁବେଳେ ପାରମ୍ପରିକ ଫ୍ୟାଶନ ଏବଂ ତା’ର ଐତିହ୍ୟ ପ୍ରତି ରହିଥିବା ଆମର ଉତ୍ସାହକୁ ଅନୁସରଣ କରିଆସିଛୁ। ଏପରିକି ଆମେ ଅନେକ ସରକାରୀ ଏବଂ ବେସରକାରୀ ପ୍ରଦର୍ଶନୀରେ ମଧ୍ୟ ଅଂଶଗ୍ରହଣ ସହ ଆମର ସୃଜନଶୀଳ କାର୍ଯ୍ୟ ଏବଂ ସଚେତନ ତାଲିମରେ ବିଶ୍ୱାସ କରୁଥିବାବେଳେ ବ୍ରାଣ୍ଡ୍‌ର ଅନେକ ସ୍ବତନ୍ତ୍ର ଗ୍ରାହକ ପାଇଛୁ। ଉଲ୍ଲେଖଯୋଗ୍ୟ,ଅଙ୍କି ଓଡ଼ିଶାର ଏକ ୭ବର୍ଷ ପୁରୁଣା ଘରୋଇ ବ୍ରାଣ୍ଡ୍‌ ହୋଇଥିବାବେଳେ ଓଡ଼ିଆ ଅଭିନେତ୍ରୀ ତଥା ଆଙ୍କିର ଅଙ୍କିତା ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ଉକ୍ତ ବ୍ରାଣ୍ଡ୍‌ ୨୦୧୭ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri