Categories: ବାଣିଜ୍ୟ

କୁବେର ଅପ୍ଟିକାଲର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୪।୧୧ : ସ୍ମାର୍ଟସିଟି ଭୁବନେଶ୍ୱରର ଜଣାଶୁଣା ଆଇ ଓ୍ବେରିଂ ବ୍ରାଣ୍ଡ୍‌ କୁବେର ଅପ୍ଟିକାଲର ନୂତନ ୟୁନିଟ ତଥା ଏକ୍ସକ୍ଲୁସିଭ ଆଉଟଲେଟ ‘ ନ୍ୟୁ ଅପ୍ଟିଲା ଆଣ୍ଡ ଆଇ କ୍ଲିନିକ’ ନିକଟରେ ୟୁନିଟ-୪ (ପୁରୀ ଗ୍ରାମ୍ୟ ବ୍ୟାଙ୍କ ଶାଖା ଭୌମନଗର) ଠାରେ ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଧାୟକ ସୁରେଶ କୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୩୬ର କର୍ପୋରେଟର ଅଲ୍ଲିଅଳୀ ମଲ୍ଲିକଙ୍କ ସମେତ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. କଳ୍ପତରୁ ମହାପାତ୍ର, ଡା. ବି. କେ. ପାଣି ଏବଂ କୁବେର ଅପ୍ଟିକାଲର ପ୍ରବନ୍ଧ ନିର୍ଦ୍ଦେଶକ ବିଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କୁବେର ଅପ୍ଟିକାଲର ପ୍ରବନ୍ଧ ନିର୍ଦ୍ଦେଶକ ବିଜୟ କୁମାର ବିଶ୍ୱାଳ କହିଥିଲେ, ଗ୍ରାହକଙ୍କୁ ଗୁଣାତ୍ମକ ସେବା ଓ ସାମଗ୍ରୀ ଯୋଗାଇବା ସହିତ ସୁଲଭ ମୂଲ୍ୟରେ ସେବା ପ୍ରଦାନ କରିବାକୁ ଆମେ ସର୍ବଦା ପ୍ରୟାସ କରିଆସିଛୁ।

Share