Categories: ବାଣିଜ୍ୟ

ଓକାୟା ଇଭିର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୯।୧୧: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରି ଭେଇକିଲ (ଇଭି) ନିର୍ମାତା ଓକାୟା ଇଭିର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ନିକଟରେ ସମ୍ବଲପୁର (ବରେଇପାଲି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ,ସମ୍ବଲପୁର) ଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଇଭି ଗ୍ରାହକମାନେ ସେମାନଙ୍କର ମନପସନ୍ଦର ଯାନ ସୁଲଭ ମୂଲ୍ୟ ସହ କିପରି ସହଜରେ ପାଇପାରିବେ, ସେଥିପାଇଁ ଏଠାରେ ବ୍ୟାପକ ବ୍ୟବସ୍ଥା ଓ ଯୋଗାଯୋଗ କରିପାରିବେ ବୋଲି ଆଉଟ୍‌ଲେଟ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଏହି ଆଉଟ୍‌ଲେଟ୍‌ (ସ୍ବତନ୍ତ୍ର କେନ୍ଦ୍ର)ଟି ଗ୍ରାହକମାନଙ୍କୁ ବୈଦ୍ୟୁତିକ ଗତିଶୀଳତାର ଏକ ନୂତନ ଦୁନିଆରେ ଅବସ୍ଥାପିତ କରିବ, ଯେଉଁଠାରେ ସେମାନେ ଓକାୟା ଇଭିର ବିବିଧ ଉତ୍ପାଦ ଓ ପୋର୍ଟଫୋଲିଓକୁ ଠିକ୍‌ ଭାବେ ଅନୁସନ୍ଧାନ କରିପାରିବେ। ସେହିଭଳି ଓକାୟା ଇଭିର ସ୍କୁଟର ପୋର୍ଟଫୋଲିଓରେ ଫାଷ୍ଟ ସିରିଜ୍‌ ଯଥା ଫାଷ୍ଟ ଏଫ୍‌୪, ଫାଷ୍ଟ ଏଫ୍‌୩, ଏଫ୍‌୨ବି ଏବଂ ଏଫ୍‌୨ଟି ପରି ଉଚ୍ଚ ଗତି ଏବଂ କ୍ଲାସିକ୍‌+ ଏବଂ ଫ୍ରିଡମ୍‌ ମଡେଲଗୁଡିକ ଲୋ-ସ୍ପିଡ୍‌ ସେଗ୍‌ମେଣ୍ଟର ଏକ ଅଂଶ ଭାବେ ଅନ୍ତର୍ଭୁକ୍ତ ରହିଛି। ଉଲ୍ଲେଖଯୋଗ୍ୟ, ଓକାୟା ଇଭିର ଉତ୍ପାଦ ମଧ୍ୟରେ ଗ୍ରାଉଣ୍ଡ ବ୍ରେକିଂ ଏଲ୍‌ଏଫ୍‌ପି (ଲିଥିୟମ୍‌ ଆଇରନ୍‌ ଫସ୍‌ଫେଟ୍‌) ବ୍ୟାଟେରି ଟେକ୍ନୋଲୋଜି ବୈଶିଷ୍ଟ୍ୟ ସହ ଶକ୍ତି ସାନ୍ଧ୍ରତା,ଦୀର୍ଘାୟୁତା ଏବଂ ପରିବେଶ ବନ୍ଧୁତା ପାଇଁ ନୂତନ ମାନକ ସ୍ଥିର କରିଥାଏ।

Share