Categories: ବାଣିଜ୍ୟ

ପି ସି ଚନ୍ଦ୍ରା ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୩।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପି ସି ଚନ୍ଦ୍ରା ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଭାସି ସେକ୍ଟର-୧୭ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପି ସି ଚନ୍ଦ୍ରା ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଉଦୟ କୁମାର ଚନ୍ଦ୍ରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପି ସି ଚନ୍ଦ୍ରା ଜୁଏଲର୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତୋ ଚନ୍ଦ୍ରା ଏବଂ ଶୁଭ୍ର ଚନ୍ଦ୍ରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି ଏହି ଅତ୍ୟାଧୁନିକ ନୂତନ ଶୋ’ରୁମ୍‌ ଜରିଆରେ ଉଭୟ ମୁମ୍ବାଇ ଓ ମହାରାଷ୍ଟ୍ରର ଗ୍ରାହକଙ୍କ ସମେତ ଅନ୍ୟମାନଙ୍କ ପାଇଁ ମଧ୍ୟ ପି ସି ଚନ୍ଦ୍ରାର ପ୍ରମୁଖ ଅଳଙ୍କାର ଡିଜାଇନ ଓ କଲେକ୍ସନ ଉପଲବ୍ଧ। ଏପରିକି ସବୁ ବର୍ଗର ଗ୍ରାହକଙ୍କୁ ଗୁଣାତ୍ମକ ସାମଗ୍ରୀ (ଅଳଙ୍କାର) ଯୋଗାଇବା ସହିତ ସୁଲଭ ମୂଲ୍ୟରେ ବିଶୁଦ୍ଧ ସୁନା, ରୁପା, ହୀରା ଓ ଅନ୍ୟାନ୍ୟ ପ୍ରିମିୟମ ଏବଂ ଜେମଷ୍ଟୋନ ଗ୍ରାହକଙ୍କ ଚାହିଦା ଅନୁଯାୟୀ ଯୋଗାଇ ଦିଆଯିବ ବୋଲି ପି ସି ଚନ୍ଦ୍ରା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମୁମ୍ବାଇର ବାନ୍ଦ୍ରା ଓ୍ବେଷ୍ଟ ଟର୍ନର ରୋଡଠାରେ ପି ସି ଚନ୍ଦ୍ରା ଜୁଏଲର୍ସର ପ୍ରଥମ ଶୋ’ରୁମ ରହିଥିବାବେଳେ ମୁମ୍ବାଇରେ ଏହା ପି ସି ଚନ୍ଦ୍ରାର ୨ୟ ଶୋ’ ରୁମ୍‌ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share