କଟକରେ ଟାଟା ପ୍ରଡକ୍ଟ ସମୂହର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଟାଟା ଗ୍ରୁପ୍‌’ର ଅଗ୍ରଣୀ ବ୍ରାଣ୍ଡ୍‌ ତଥା ଟାଟା ପ୍ରଡକ୍ଟ ସମୂହ (ଟ୍ରୋମ୍ବୋ ଷ୍ଟୋର (ଟାଇଟନ୍‌ ୱାର୍ଲଡ, ହେଲିୟସ୍‌ ଓ ଫାଷ୍ଟ୍ରାକ୍‌) ସହ ମିଆ ବାୟ ତନିସ୍କ ଏବଂ ତନେଇରା ଷ୍ଟୋର)ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କଟକର ସିଡିଏ-୬ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଇଟନ୍‌ କମ୍ପାନୀ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସି.କେ. ଭେଙ୍କଟରମଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତନେଇରାର ସିଇଓ ଅମ୍ବୁଜ ନାରାୟଣ, ଟାଇଟନ୍‌ର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ପୂର୍ବ) ସୋମପ୍ରଭ ସିଂହଙ୍କ ସମେତ ଆଲୋକ ରଞ୍ଜନ, ଅନିର୍ବାଣ ବାନାର୍ଜୀ, ଓପଲ ସେନ୍‌ଗୁପ୍ତା ଏବଂ ଯୋଗେନ୍ଦ୍ର ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଟାଇଟନ୍‌ର ପରିଚାଳନା ନିର୍ଦ୍ଦେଶକ ସି.କେ.ଭେଙ୍କଟରମଣ କହିଥିଲେ, ଗହଣା, ହାତଘଡ଼ି ଏବଂ ଇଣ୍ଡିଆନ୍‌ ଡ୍ରେସ୍‌ୱେର୍‌ ବର୍ଗରେ ଏକ୍ସକ୍ଲୁସିଭ ଆଉଟ୍‌ଲେଟର ଉଦ୍‌ଘାଟନ (ଶୁଭାରମ୍ଭ) କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି କଟକରେ ଟାଟା ପ୍ରଡକ୍ଟସ ସମୂହର ୫ଟି ନୂଆ ଷ୍ଟୋର୍‌ ଜରିଆରେ ଆମେ ଟାଇଟନ୍‌ କମ୍ପାନୀର ସର୍ବୋତ୍ତମ ଅଫରିଂ ଗ୍ରାହକଙ୍କ ପାଇଁ ଆଣିଦେଇଛୁ।
ଉଲ୍ଲେଖଯୋଗ୍ୟ, ୨୧୦୦ ବର୍ଗଫୁଟ୍‌ ପରିମିତ ସ୍ଥାନରେ ନିର୍ମିତ ନୂତନ ଟ୍ରୋମ୍ବୋ ଷ୍ଟୋରରେ ଟାଇଟନ୍‌ ୱାର୍ଲଡ, ହେଲିୟସ ଏବଂ ଫାଷ୍ଟ୍ରାକ୍‌ ଭଳି ବ୍ରାଣ୍ଡ୍‌ର ଆଉଟ୍‌ଲେଟ୍‌ ରହିଛି। ଏଠାରେ ବିଭିନ୍ନ ବୟସ ବର୍ଗ ପାଇଁ ବ୍ୟାପକ ପ୍ରକାର ହାତଘଡ଼ି, ଫ୍ରାଗ୍ରାନ୍ସ, ବ୍ୟାଗ୍‌ ଏବଂ ସନ୍‌ଗ୍ଲାସ୍‌ ଉପଲବ୍ଧ। ସେହିଭଳି ୩୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଅଲ୍‌ ନ୍ୟୁ ତନେଇରା ଷ୍ଟୋରରେ ହାତ ତିଆରି ଶାଢ଼ି ବର୍ଗ (କ୍ଲାସିକ୍‌ ଏବଂ କନ୍‌ଟେମ୍ପୋରାରିର ଫ୍ୟୁଜନ୍‌) ସହିତ ରେଡି ଟୁ ୱେର୍‌ ବ୍ଲାଉଜ୍‌, କୁର୍ତ୍ତା, ସର୍ଟ ଟପ୍‌ ଏବଂ ଆହୁରି ଅନେକ କିଛି ରହିଛି। ସେହିପରି ୯୦୦ ବର୍ଗଫୁଟ୍‌ରୁ ଊର୍ଦ୍ଧ୍ୱ ପରିମିତ ସ୍ଥାନରେ ‘ମିଆ ବାୟ ତନିସ୍କ ଷ୍ଟୋର’ ରେ ହାଲୁକା ଏବଂ ଟ୍ରେଣ୍ଡି ସୁନା ଓ ହୀରା ଗହଣାର ୱାନ୍‌-ଷ୍ଟପ୍‌ ଡେଷ୍ଟିନେଶନ ହେବ। ଏପରିକି ଏଠାରେ ମିଆର ୧୪ ଏବଂ ୧୮କ୍ୟାରେଟ୍‌ ବର୍ଗର ବ୍ୟାପକ ରେଞ୍ଜ ଆଧୁନିକ, ସୁନ୍ଦର ଏବଂ ଟେଣ୍ଡି ଗହଣା ପିସ୍‌ ଉପଲବ୍ଧ। ଏହି ଗହଣାଗୁଡ଼ିକ ମଧ୍ୟରେ ଷ୍ଟଡ୍‌, ରିଙ୍ଗ୍‌, ବ୍ରେସ୍‌ଲେଟ୍‌, ଇୟରିଂ, ଇୟର କଫ୍‌, ପେଣ୍ଡେଣ୍ଟ ଏବଂ ନେକ୍‌ଲେସ୍‌ ଇତ୍ୟାଦି ସାମିଲ ରହିଛି। ଅପରପକ୍ଷରେ ତନିସ୍କ ବାୟ ମିଆ ପକ୍ଷରୁ ନିର୍ଦ୍ଦିଷ୍ଟ ରେଞ୍ଜ ଉପରେ ୨୦% ରିହାତି ଏବଂ ତନେଇରା ପକ୍ଷରୁ ଗୋଲ୍‌ଡ କଏନ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁଲାଇ ୮ପର୍ଯ୍ୟନ୍ତ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ଆର୍ଥିକ ବର୍ଷରେ ୧୦,୦୦୦ ନୂଆ କର୍ମଚାରୀ ନିଯୁକ୍ତ କରିବ ଭାରତୀୟ ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ,୬ା୧୦: ଦେଶର ସର୍ବ ବୃହତ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସାଧାରଣ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ବୈଷୟିକ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

ଭୁବନେଶ୍ୱରରେ କିସ୍ନାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ଭୁବନେଶ୍ୱରର ନନ୍ଦନକାନରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ...

ବିଗେଷ୍ଟ ଓଲା ସିଜନ ସେଲ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୧୦: ଓଲା ଇଲେକ୍‌ଟ୍ରିକ୍‌ର ବହୁ ପ୍ରତୀକ୍ଷିତ ଅଭିଯାନ (କ୍ୟାମ୍ପେନିଂ) ତଥା ଚଳିତ ପାର୍ବଣ ଋତୁରେ ବିଗେଷ୍ଟ ଓଲା ସିଜନ ସେଲ୍‌ (ବସ୍‌)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri