ଭୁବନେଶ୍ୱରରେ ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୧୦: (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ତ୍ରିଭୁବନଦାସ ଭିମିଜୀ ଜାଭେରୀ ଲିମିଟେଡ୍‌ (ଟିବିଜେଡ୍‌-ଦି ଅରିଜିନାଲ) ବା ଟିବିଜେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ଜନପଥ ଆଇଡିବିଆଇ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଅରୁଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିବିଜେଡ୍‌ ଇଣ୍ଡିଆର ବାଣିଜ୍ୟକ ମୁଖ୍ୟ ଲଳିତ ସିଂହଙ୍କ ସମେତ ଟିବିଜେଡ୍‌ ପ୍ରାଞ୍ଚାଇଜର ଅର୍ପିତା ସାହୁ, ରୋହନ କୁମାର ଦାସ ଏବଂ ଷ୍ଟୋର ମ୍ୟାନେଜର ଅନ୍ତର୍ଯାମୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୩,୫୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ନୂତନ ଷ୍ଟୋରରେ ଉଭୟ ହୀରା ଓ ସୁନାର ବ୍ୟାପକ ସମ୍ଭାର ଉପଲବ୍ଧ ରହିଛି। ଏପରିକି ଚଳିତ ପାର୍ବଣ ଓ ଷ୍ଟୋର ଉଦ୍‌ଘାଟନୀ ଅବସରରେ ଆକର୍ଷଣୀୟ ଅଫରର ଶୁଭାରମ୍ଭ କରାଯାଇଛି।
ଏ ସମ୍ପର୍କରେ ‘ଟିବିଜେଡ୍‌-ଦି ଅରିଜିନାଲ’ର ସିଏମ୍‌ଡି ଶ୍ରୀକାନ୍ତ ଜାଭେରୀ କହିଛନ୍ତି, ଆମେ ଆମର ପ୍ରଥମ ଷ୍ଟୋର ଭୁବନେଶ୍ୱର (ଓଡ଼ିଶା)ରେ ଆନୁଷ୍ଠାନିକ ଭାବେ ଆରମ୍ଭ କରି ବେଶ୍‌ ଉତ୍ସାହିତ। ଏପରିକି ଆମେ ଆମର ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ସାଙ୍ଗକୁ ନୂତନ କଲେକ୍ସନ ଓ ଚାହିଦା ମୁତାବକ ଡିଜାଇନ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ସେହିଭଳି ଭୁବନେଶ୍ୱରରେ ଏହା ଆମର ପ୍ରଥମ ଷ୍ଟୋର ହୋଇଥିଲାବେଳେ ଦେଶର ୩୪ତମ ଷ୍ଟୋର। ଏପରିକି ଦେଶର ୧୨ ରାଜ୍ୟର ୨୭ ପ୍ରମୁଖ ସହରରେ ବ୍ରାଣ୍ଡ୍‌ର ଉପସ୍ଥିତି ଥିଲାବେଳେ ଗ୍ରାହକ କୈନ୍ଦ୍ରକ ସେବାକୁ ବ୍ରାଣ୍ଡ୍‌ ସର୍ବଦା ଗୁରୁତ୍ୱ ଦେଇଆସିଛି ବୋଲି ଶ୍ରୀକାନ୍ତ କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଟିବିଜେଡ୍‌ର କର୍ମଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌...

୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି...

ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି

ମୁମ୍ବାଇ,୧୫।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଡିଜିଟାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri