Categories: ବାଣିଜ୍ୟ

ଯାଜପୁରରେ ଟ୍ରେଣ୍ଡ୍‌ସର ଏକ୍ସକ୍ଳୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର ,୧।୧୦: ରିଲାଏନ୍ସ ରିଟେଲର ଆପାରେଲ୍‌ ଏବଂ ଆସେସୋରି ସ୍ପେଶିଆଲିଟି ଚେନ୍‌ ‘ଟ୍ରେଣ୍ଡସ୍‌’ର ଏକ୍ସକ୍ଳୁସିଭ ଆଉଟ୍‌ଲେଟ ଯାଜପୁର ଜିଲାର ଦାନଗଦି ବଜାର(ଟାଉନ)ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ୫୯୨୫ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି (ଦାନଗଦିର ପ୍ରଥମ ଟ୍ରେଣ୍ଡସ ଷ୍ଟୋର୍‌) ଷ୍ଟୋରରେ ଉଭୟ ପୁରୁଷ ଓ ମହିଳାଙ୍କ ସମେତ ଛୋଟ ପିଲାଙ୍କ ପାଇଁ ମଧ୍ୟ ଭଳିକି ଭଳି ପୋଷାକ ଉପଲବ୍ଧ ରହିଛି। ଏପରିକି ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟ ସହ ସ୍ବତନ୍ତ୍ର ପ୍ରାରମ୍ଭିକ ଅଫର ମଧ୍ୟ ରହିଛି। ୩୯୯୯ ଟଙ୍କାର କିଣାକିଣି ଉପରେ ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ସହ ଗ୍ରାହକମାନେ ମଧ୍ୟ ୨୦୦୦ ଟଙ୍କା ମୂଲ୍ୟର କୁପନ୍‌ ସମ୍ପୂର୍ଣ୍ଣ ମାଗଣାରେ ପାଇବେ। ସେହିଭଳି ଏଠାରେ ଟ୍ରେଣ୍ଡିଂ ଓମେନ୍ସ ୱେର, ମେନ୍ସ ୱେର ଏବଂ କିଡସ୍‌ ୱେ୍‌ର ଓ ଫ୍ୟାଶନ୍‌ ଆସେସୋରିଜ୍‌ ଅତି ସ୍ବତନ୍ତ୍ର ମୂଲ୍ୟରେ ପାଇପାରିବେ। ଅପରପକ୍ଷରେ ଦାନଗଦି ଟ୍ରେଣ୍ଡସ୍‌ ଷ୍ଟୋରର ଆଧୁନିକ ଲୁକ୍‌ ଏବଂ ପରିବେଶ ସ୍ଥାନୀୟ ଗ୍ରାହକମାନଙ୍କ ପାଇଁ ଏକ ପ୍ରମୁଖ ସ୍ଥାନ ପାଲଟିବ। ଏପରିକି ଟ୍ରେଣ୍ଡସର ଉଚ୍ଚ ଓ ଗୁଣାତ୍ମକମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜସ ଅତି ସୁଲଭ ମୂଲ୍ୟରେ ଉପଲବ୍ଧ।

Share