Categories: ବାଣିଜ୍ୟ

କଟକରେ ଟିଭିଏସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୫।୮: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟିଭିଏସ୍‌ ମୋଟର କମ୍ପାନୀ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର କଟକର ବାଦାମବାଡ଼ିଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଟିଭିଏସ୍‌ ମୋଟର କମ୍ପାନୀ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲରଲକ୍ଷ୍ମୀ ଟିଭିଏସ୍‌ ଆନୁକୂଲ୍ୟରେ କଟକର ବାଦମବାଡ଼ିଠାରେ ଉକ୍ତ ଶୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିଭିଏସ୍‌ ମୋଟର କମ୍ପାନୀ ଲିମିଟେଡ୍‌ର ଏନ୍‌ଏସ୍‌ଏମ୍‌ ସେଲ୍‌ସ ଇଷ୍ଟ ଅଜୟ ଗୁପ୍ତା, ଏଏସ୍‌ଏମ୍‌ ଓଡ଼ିଶା ସୁଭୋଦୀପ ଗାଙ୍ଗୁଲି, ଏଏସ୍‌ଏମ୍‌ ଓଡ଼ିଶା ଆଶିଷ ଜୟସ୍ବାଲ ପ୍ରମୁଖ ସମ୍ବାତି ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ଟିଭିଏସ୍‌ର ନିର୍ଦ୍ଦେଶକ ଅଜିତ କୁମାର ପଣ୍ଡା, ପୀୟୂଷ ବୁଦ୍ଧିଆଙ୍କ ସମେତ ଶୋ’ରୁମ୍‌ର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏଠାରେ ଟିଭିଏସ୍‌ ର ୧୦୦ ସିସିରୁ ୨୦୦ ସିସି ପାଓ୍ବାରର ବିଭିନ୍ନ ମଡେଲ ସହ ମୋପେଡ ଏକ୍ସଏଲ୍‌-୧୦୦, ସ୍କୁଟି ପେପ୍‌+, ଜୁପିଟର ଭିଗୋ, ଷ୍ଟାର ସ୍ପୋର୍ଟ, ଷ୍ଟାର ସିଟି, ଭିକ୍ଟର ଏବଂ ଆପୋଚେ ଭଳି ଗାଡି ଆକର୍ଷଣୀୟ ମୂଲ୍ୟ ଓ ସୁବିଧାରେ ଉପଲବ୍ଧ। ବିଶେଷକରି ଗାଡ଼ି ବିକ୍ରି ପରବର୍ତ୍ତୀ ସେବା ସହ ସରଳ ଓ ସୁବିଧା ଏବଂ ଫାଇନାନ୍ସ ଜରିଆରେ ଗ୍ରାହକମାନେ ଗାଡ଼ି କ୍ରୟ କରିପାରିବେ ବୋଲି ଲକ୍ଷ୍ମୀ ଟିଭିଏସ୍‌ର ନିର୍ଦ୍ଦେଶକ ଅଜିତ କୁମାର ପଣ୍ଡା ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।

Share