Categories: ବାଣିଜ୍ୟ

ତନିସ୍କର ସ୍ବତନ୍ତ୍ର ପୂଜା କଲେକ୍ସନ

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଏଶାନି’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ପ୍ରତି ଓଡ଼ିଆ ନାରୀଙ୍କ ମଧ୍ୟରେ ରହିଥିବା ଶକ୍ତିର ଭାବନାକୁ ମା’ ଦୁର୍ଗାଙ୍କ ବିଭିନ୍ନ ଅବତାର ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ତନିସ୍କର ଉକ୍ତ କଲେକ୍ସନ ଏକ ସମର୍ପଣ ବୋଲି କୁହାଯାଇଛି। ‘ଏଶାନି’ କଲେକନ୍ସ ଝୁଲଣ ଗୋସ୍ବାମୀ, ସାହାନା ବାଜପେୟୀ, ପାରୋମିତା ବାନାର୍ଜୀ ଏବଂ ମିମି ଚକ୍ରବର୍ତ୍ତୀଙ୍କ ଭଳି ଦୃଢ଼ ମହିଳାଙ୍କ ପ୍ରେରଣାଦାୟୀ କାହାଣୀକୁ ସମ୍ମାନିତ କରୁଛି। ସେହିପରି ଉକ୍ତ କଲେକ୍ସନ ସୁନା ଗହଣାର ଏକ ବ୍ୟାପକ ରେଞ୍ଜ୍‌, ଯାହାକି କାରିଗରମାନଙ୍କ ଦ୍ୱାରା ଅତି ନିଖୁଣ ଭାବେ ପ୍ରସ୍ତୁତ ହୋଇଛି। ଏପରିକି ଫ୍ଲୋରାଲ ମୋଟିଭ୍‌ ସହ ଚୋକର ଆଦି ରହିଛି, ଯାହାକି ପେଣ୍ଡାଲଗୁଡ଼ିକର ଭାବପୂର୍ଣ୍ଣ ବିବରଣୀ ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ, ଆଡ୍‌ଜଷ୍ଟେବଲ ଟାଇ-ହାର, ମୋଡା ହୋଇଥିବା ତା’ର ଷ୍ଟ୍ରାପ ଏବଂ ସୂକ୍ଷ୍ମ ଷ୍ଟାମ୍ପରେ ପ୍ରସ୍ତୁତ କାନଫୁଲ ଏବଂ ଅତି ସୁନ୍ଦର ଡିଜାଇନ୍‌ ଚୁଡ଼ି ଆଦି ଉକ୍ତ କଲେକ୍ସନରେ ସାମିଲ ରହିଛି। ବିଶେଷକରି ପରମ୍ପରା, ଚିତ୍ରକଳା ଏବଂ ନବସୃଜନକୁ ମିଶାଇ ପ୍ରସ୍ତୁତ ‘ଏଶାନି’ କଲେକ୍ସନ ଓଡ଼ିଶାର ସମସ୍ତ ତନିସ୍କ ଷ୍ଟୋରରେ ଉପଲବ୍ଧ। ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ତନିସ୍କ ମଧ୍ୟ ଆକର୍ଷଣୀୟ ଅଫର ଆଣିଛି, ଯାହାକି ପାର୍ବଣ ଖୁସିକୁ ଆହୁରି ବଢ଼ାଇବ। ଗ୍ରାହକ ସୁନା ଗହଣାର ଗଢ଼ା ମଜୁରି ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇବେ। ଏହି ଅଫର ସୀମିତ ସମୟ ପାଇଁ ବୈଧ ବୋଲି ତନିସ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share