ଓମିକ୍ରନ୍‌ଠାରୁ ଅଧିକ ସଂକ୍ରାମକ ‘ଏକ୍ସଇ’

ଜେନେଭା,୩।୪: କରୋନା ଭୂତାଣୁର ଆଉ ଏକ ନୂଆ ଭାରିଆଣ୍ଟ ‘ଏକ୍ସଇ’ ବ୍ରିଟେନରୁ ଚିହ୍ନଟ ହୋଇଛି। କୋଭିଡ୍‌-୧୯ର ସମସ୍ତ ପୂର୍ବ ଭାରିଆଣ୍ଟଠାରୁ ଏହା ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସୂଚନା ଦେଇଛି। ଓମିକ୍ରନ୍‌ର ବିଏ.୧ ଏବଂ ବିଏ.୨ ସବ୍‌ଭାରିଆଣ୍ଟର ମିଶ୍ରଣରେ‘ଏକ୍ସଇ’ ସୃଷ୍ଟି ହୋଇଛି। ଏହା ଓମିକ୍ରନ୍‌ ତୁଳନାରେ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିବା ପରେ ପୁଣିଥରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି । ଜାନୁୟାରୀ ୧୯ରେ ପ୍ରଥମେ ‘ଏକ୍ସଇ’ ଭାରିଆଣ୍ଟ ବ୍ରିଟେନରେ ଚିହ୍ନଟ ହୋଇଥିଲା। ଏଥିରେ ୬୩୭ ଜଣ ଆକ୍ରାନ୍ତ ହୋଇଥିବା ବ୍ରିଟେନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସଂକ୍ରମଣ କମିବା କାରଣରୁ ବିଭିନ୍ନ ଦେଶ କଟକଣା କୋହଳ କରିଛନ୍ତି। ବ୍ରିଟେନକୁ ବାଦ୍‌ ଦେଲେ ଆମେରିକା ଏବଂ ଚାଇନାରେ ମଧ୍ୟ କରୋନା ସଂକ୍ରମଣ ପୁଣିଥରେ ମୁଣ୍ଡ ଟେକିଛି।

Share