ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ: ୪ଟି ସ୍ଥାନରେ ଏକକାଳୀନ ଚଢାଉ

କେସିଙ୍ଗା/ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): ଭିଜିଲାନ୍ସ ହାତରେ ଧରା ପଡିଲେ କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଭବାନୀପାଟଣା ମହାବୀରପଡ଼ାରେ ଥିବା ବାସଭବନ ଓ ପୌରପାଳିକା କାର୍ଯ୍ୟାଳୟ, ଇରିଗେଶନ କଲୋନୀରେ ଥିବା ୨ ମହଲା ଘର, ମାରଓ୍ବାଡିପଡା ସ୍ଥିତ ସମ୍ପର୍କୀୟ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ସମୀର ଠାକୁର ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଭବାନୀପାଟଣା ପୌରପାଳିକାରେ କାର୍ଯ୍ୟରତ ରହିଥିବା ବେଳେ ଆଜି ଭିଜିଲାନ୍ସ ବିଭାଗ ହାବୁଡ଼ରେ ପଡିଛନ୍ତି। ଭିଜିଲାନ୍ସ ବିଭାଗରର ୫ ଡିଏସ୍‌ପି, ୬ ଇନ୍ସପେକ୍ଟର ଏହି ଚଢାଉରେ ସାମିଲ ହୋଇଛନ୍ତି। ଚଢାଉରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି।

Share