କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘର ଘର ସର୍ଭେ

ଗଞ୍ଜାମ,୨୯।୧୦(ଡି.ଏନ୍‌.ଏ.): ଗତ କିଛି ଦିନ ହେବ ଗଞ୍ଜାମ ଏନ୍‌ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ସହରର ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ଶନିବାର ନିର୍ବାହୀ ଅଧିକାରୀ ମିଶ୍ର ନିଜ କର୍ମଚାରୀଙ୍କୁ ନେଇ ୱାର୍ଡ ନଂ. ୧୧ ଓ ୧୨ ଦାମୋଦରପୁର ଗ୍ରାମ ପରିଦର୍ଶନ କରିବା ସହ ଘର ଘର ବୁଲି କାହାର ପାଇଖାନା ନାହିଁ, ରାଶନ କାର୍ଡ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଏବଂ ଲୋକଙ୍କ ମୌଳିକ ସମସ୍ୟା କ’ଣ ରହିଛି ସର୍ଭେ କରିଥିଲେ। ପରିଦର୍ଶନ ବେଳେ ଇଓ ମିଶ୍ରଙ୍କ ସମେତ ପରିମଳ ଏକ୍ସପର୍ଟ ସୁମିତ କୁମାର ବେହେରା, ସାନିଟେସନ ଜମାଦାର ଉତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।