Categories: Uncategorized

କ୍ରିକେଟ୍‌ରେ ନିଆରା ରେକର୍ଡ କଲେ ଏହି ବୋଲର୍‌

ବିଦର୍ଭ,୧୦।୧୧: କ୍ରିକେଟ ଦୁନିଆରେ ପ୍ରତିଦିନ ଅନେକ ରେକର୍ଡ ତିଆରି ହୁଏ ଏବଂ ପରେ ଭାଙ୍ଗିଯାଏ। ପ୍ରତିଦିନ କ୍ରିକେଟରେ କିଛି ନା କିଛି ରେକର୍ଡ ସୃଷ୍ଟି ହୁଏ। ନିକଟରେ ମୁସ୍ତାକ ଅଲି ଟ୍ରଫିିରେ ସେମିତି ଏକ ନିଆରା ରେକର୍ଡ ହୋଇଛି। କପିଳ ଦେବ, ୱାସିମ ଆକ୍ରାମ, ଜଶପ୍ରୀତ ବୁମ୍‌ରା, ଲାସିଥ ମାଲିଙ୍ଗା ଯାହା କରିପାରି ନ ଥିଲେ, ତାହା କରି ଦେଖାଇଛନ୍ତି ବିଦର୍ଭର ଅକ୍ଷୟ କର୍ଣ୍ଣଓ୍ବାର।
ବିଦର୍ଭ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବିଦର୍ଭ ଦଳ ୨୦ ଓଭରରେ ୨୨୨ ରନ ସଂଗ୍ରହ କରିଥିଲେ। ଏଥିପାଇଁ ଜିତେଶ ଶର୍ମା ୩୧ ବଲରେ ୭୧ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ଅକ୍ଷୟ କର୍ଣ୍ଣଓ୍ବାର ବିଦର୍ଭ ପାଇଁ ବୋଲିଂ କରୁଥିବା ବେଳେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି।
ଅକ୍ଷୟ ଚାରି ଓଭରରେ କୌଣସି ରନ ନ ଦେଇ ୨ ଉଇକେଟ ନେଇଥିଲେ। ତାଙ୍କ ପୂର୍ବରୁ ଏପରି ମାରାତ୍ମକ ବୋଲିଂ କେହି କରି ନ ଥିଲେ। ଦୁଇ ହାତରେ ବୋଲିଂ କରିଥିବା ଅକ୍ଷୟ ଟି -୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ଦୁନିଆର ପ୍ରଥମ ବୋଲର ହୋଇଛନ୍ତି। ଅନ୍ତର୍ଜାତୀୟ, ଘରୋଇ ଏବଂ ଫ୍ରାଞ୍ଚାଇଜ ଟି -୨୦ ସମେତ କୌଣସି ବୋଲର ୪ ଓଭର ମେଡେନ ବୋଲିଂ କରି ନ ଥିଲେ। ଆସନ୍ତା ବର୍ଷ ଆଇପିଏଲ ମେଗା ନିଲାମ ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ଠାରୁ ଆଇପିଏଲରେ ୨ଟି ନୂଆ ଦଳ ଯୋଡାଯିବ। ଲକ୍ଷ୍ନୌ ଏବଂ ଅହମ୍ମଦାବାଦର ଆଖି ନିଶ୍ଚିତ ଭାବରେ ଏହି ବୋଲରଙ୍କ ଉପରେ ରହିବ। ବିଶେଷ କଥା ହେଉଛି ଅକ୍ଷୟ ଦୁଇ ହାତରେ ବୋଲିଂ କରନ୍ତି।