Posted inଫୁରସତ

ସମାଧି ସ୍ଥଳରେ ଏକ୍ସରସାଇଜ

ଲଣ୍ଡନ: ବର୍ତ୍ତମାନ ସମୟରେ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ପୂରା ଧ୍ୟାନ ଦେଉଛନ୍ତି। ପାର୍କରେ ଚାଲିବା ସହ ଅନେକେ ଜିମ୍‌ ଯାଉଛନ୍ତି। ହେଲେ ଜଣେ ମଡେଲ ସମାଧି ସ୍ଥାନରେ ଏକ୍ସରସାଇଜ କରୁଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ, ଲଣ୍ଡନରେ ରହୁଥିବା ବ୍ରାଜିଲ୍‌ର ଜଣେ ମଡେଲ ଅଣ୍ଡ୍ରିଆ ସନସାଇନ୍‌ ଜଣେ ବଡିବିଲ୍ଡର। ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସେ ଜେଜେ ମା’ ହୋଇସାରିଛନ୍ତି। ତଥାପି ସେ ଫିଟ୍‌ ଅଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଅନେକ ଫଲୋୟର୍ସ ଅଛନ୍ତି। ସେ ସବୁବେଳେ ଜିମ୍‌ରେ କସରତ କରୁଥିବାର ଫଟୋ ପୋଷ୍ଟ କରିଥାନ୍ତି। ହେଲେ ସେ ଜିମ୍‌ ତ୍ୟାଗ କରିଦେଇଛନ୍ତି। ସେ ଏବେ ସମାଧି ସ୍ଥାନରେ ଏକ୍ସରସାଇଜ୍‌ କରୁଛନ୍ତି। ଅଣ୍ଡ୍ରିଆ ଜିମ୍‌ରେ ଲୋକଙ୍କ କଥା ଶୁଣିଶୁଣି ବିରକ୍ତ ହୋଇଯାଇଥିବାରୁ ସେ ଜିମ୍‌ ତ୍ୟାଗ କରିଥିବା ଜଣାପଡ଼ିଛି। ତାଙ୍କ କହିବା କଥା, ପୁରୁଷଙ୍କ ଭଳି ତାଙ୍କ ଶରୀର ପାଇଁ ଅନେକେ ତାଙ୍କ ମଜା ଉଡାନ୍ତି। ଏଥିପାଇଁ ସେ ଏବେ ଏକା ସମାଧି ସ୍ଥଳରେ ଆସି ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି। ପ୍ରଥମେ ତାଙ୍କୁ ଗ୍ଲାମରସ୍‌ ରୂପରେ ସେଠାରେ ଟ୍ରେନିଂ ଦେବାକୁ ବାରଣ କରାଯାଉଥିଲା। ହେଲେ ଏବେ ସେ ସେଠାରେ ଅନେକଙ୍କୁ ଟ୍ରେନିଂ ଦେଉଛନ୍ତି। ତାଙ୍କ କହିବା କଥା ଯେ ସମାଧି ସ୍ଥଳ ବହୁତ ଶାନ୍ତ ସ୍ଥାନ। ଯେଉଁଠାରେ ମଣିଷ ଶାନ୍ତିର ଅନୁଭବ କରିପାରିବ। ସମାଧି ସ୍ଥଳରେ ସେ ଏକ୍ସରସାଇଜ୍‌ କରିବା ସହ ପ୍ରକୃତିକୁ ମଧ୍ୟ ଉପଭୋଗ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri