ଓବିସିଙ୍କୁ ହାତେଇବାକୁ କସରତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ନେଇ ଜାତୀୟ ଓ ରାଜ୍ୟସ୍ତରରେ ରାଜନୀତି ସରଗରମ ହୋଇଛି। ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଓବିସି ଭୋଟ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ କସରତ ଆରମ୍ଭ କରିଛନ୍ତି। ଜାତିଭିତ୍ତିକ ଜନଗଣନା ପାଇଁ ବିଭିନ୍ନ ରାଜ୍ୟ ଦାବି କରୁଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଜାତିଭିତ୍ତିକ ଗଣନା କରିବାକୁ ଦାବି କରିଛନ୍ତି। ଜାତିଭିତ୍ତିକ ଗଣନା ହେଲେ ଓବିସିମାନଙ୍କ ସଂଖ୍ୟା ଜଣାପଡ଼ିବା ସହ ସେମାନଙ୍କୁ ଆବଶ୍ୟକ ସଂରକ୍ଷଣ ଦିଆଯାଇ ପାରିବ। ସଂରକ୍ଷଣ ୫୦ ପ୍ରତିଶତରୁ ବୃଦ୍ଧି କରିବା ସହ ଜାତିଭିତ୍ତିକ ଜନଗଣନା କରିବାକୁ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଏକ ସଂକଳ୍ପ ଆଗତ କରିଥିଲେ। ଏହି ସଂକଳ୍ପ ଗୃହର ଅନୁମୋଦନ ଲାଭ କରିଛି। ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ସଂକଳ୍ପ ଆଗତ ହେବା ବେଳକୁ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ସଂକଳ୍ପ ପାରିତ ହୋଇଛି।
ଗୁରୁବାର ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମନ୍ତ୍ରୀ ସାରକା ଗୃହରେ ଉକ୍ତ ସଂକଳ୍ପକୁ ଅନୁମୋଦନ ପାଇଁ ଉପସ୍ଥାପନ କରିଥିଲେ। ଏହି ସଂକଳ୍ପକୁ ସମର୍ଥନ କରି ବିଜେଡି ସଦସ୍ୟ ଶଶିଭୂଷଣ ବେହେରା କହିଲେ ଯେ ରାଜ୍ୟ ଜନସଂଖ୍ୟାର ଅଧାରୁ ଅଧିକ ପଛୁଆ ବର୍ଗ। ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ସଂରକ୍ଷଣ ଜରୁରୀ ହୋଇଛି। କେନ୍ଦ୍ର ସରକାର ଜାତିଭିତ୍ତିକ ଗଣନା କରିବା ସହ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ବଢ଼ାଇବା ପାଇଁ ସମ୍ବିଧାନ ସଂଶୋଧନ କରିବା ଦରକାର। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ସ୍ବାଧୀନତା ପରଠାରୁ ଓବିସିମାନଙ୍କର ଅଧିକାରକୁ ଛଡ଼ାଇ ନିଆଯାଇଛି। ରାଜ୍ୟ ଜନସଂଖ୍ୟାର ୫୨ ପ୍ରତିଶତ ଓବିସି। ରାଜ୍ୟରେ ଓବିସି କମିଶନ ଗଠନ କରାଯାଇଛି। ଜାତିଭିତ୍ତିକ ଜନଗଣନା କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦାବି କରି ଆସିଛନ୍ତି। ଜନସଂଖ୍ୟା ଆଧାରରେ ଓବିସି ଅଧିକ ଥିବାବେଳେ ସେମାନଙ୍କ ପାଇଁ ସଂରକ୍ଷଣ ୨୭ ପ୍ରତିଶତ ରହିବା ଆବଶ୍ୟକ। ଅନ୍ୟ ରାଜ୍ୟ ସହ ଓଡ଼ିଶାକୁ ତୁଳନା କରାଯାଇ ପାରିବ ନାହିଁ। ବିଜେଡି ସଭ୍ୟ କିଶୋର ନାୟକ, ସ୍ବରୂପ ଦାସ ଏବଂ ମକରନ୍ଦ ମୁଦୁଲି ପ୍ରମୁଖ ଏହି ସଂକଳ୍ପକୁ ସମର୍ଥନ କରିଥିଲେ।
ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ପାରିତ ସଂକଳ୍ପର ବୈଧତାକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପଛୁଆବର୍ଗଙ୍କ ସଂରକ୍ଷଣ ବିଷୟ ସାରା ଭାରତରେ ଏକ ହଟ୍‌ ଇସ୍ୟୁ ହୋଇଛି। ଅଖିଳ ଭାରତ କଂଗ୍ରେସ କମିଟି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ପଛୁଆବର୍ଗ
ସଂରକ୍ଷଣ ସହ ଏକମତ।
ଓବିସିମାନଙ୍କୁ ଯେତିକି ସଂରକ୍ଷଣ ମିଳିବା କଥା ତାହା ମିଳିନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଏ କ୍ଷେତ୍ରରେ ବାଧକ ହୋଇଛି। ସୁପ୍ରିମକୋର୍ଟ ରାୟ ଅନୁଯାୟୀ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦିଆଯାଇ ପାରିବ ନାହିଁ। ତେବେ ମହାରାଷ୍ଟ୍ର, ତାମିଲନାଡୁ ଭଳି କେତେକ ରାଜ୍ୟ ଓବିସିଙ୍କ ଲାଗି ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଜାତିଭିତ୍ତିକ ଜନଗଣନା ଏ ଦିଗରେ ସହାୟକ ହୋଇପାରିବ। ଏହାକୁ ନେଇ ହୀନ ରାଜନୀତି କରାଯିବା ଉଚିତ ନୁହେଁ। ଓବିସି ଭୋଟ ହାତେଇବା ଉଦ୍ଦେଶ୍ୟ ରଖି କରାଗଲେ ତାହା ସଫଳ ହେବ ନାହିଁ। ରାଜ୍ୟ ସରକାର ଆଣିଥିବା ସଂକଳ୍ପରେ ତ୍ରୁଟି ରହିଛି। ସର୍ବଦଳୀୟ ବୈଠକ ଡାକି ଏହି ସଂକଳ୍ପ ଆଣିବା କଥା। ମାତ୍ର ଏ ନେଇ କୌଣସି ଆଲୋଚନା ନ କରି ସଂକଳ୍ପକୁ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଗୃହୀତ କରାଯାଇଛି। ପୁନର୍ବାର ଏହା ହାଇକୋର୍ଟ ବା ସୁପ୍ରିମକୋର୍ଟରେ ରଦ୍ଦ ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ଜାଣିଶୁଣି ଭୁଲ ଆଇନ କରି ଅନ୍ୟ ଉପରେ ଦୋଷ ଲଦିବା ଶିଖିଛନ୍ତି। ଓବିସିଙ୍କ ପ୍ରତି ଏହା ବେଇମାନ ଛଡ଼ା କିଛି ନୁହେଁ। ଜାତିଭିତ୍ତିକ ଜନଗଣନା କରାଯାଇ ତଥ୍ୟ ଭିତ୍ତିରେ ସମ୍ବିଧାନ ସଂଶୋଧନ ଆଣି ସଂରକ୍ଷଣ ବୃଦ୍ଧି କରାଯାଉ। ବିରୋଧୀଙ୍କ ଅନୁପସ୍ଥିତିରେ ସଂକଳ୍ପକୁ ପାରିତ କରିବା ଦୁଃଖଦାୟକ। ଜାତିଭିତ୍ତିକ ଗଣନା କରିବା ପାଇଁ ବିଜେଡି କାହିଁକି କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁନାହିଁ। କେନ୍ଦ୍ରରେ ବିଜେଡି ମୂଷା ହୋଇଥିବା ବେଳେ ଏଠି ସିଂହର ପୋଷାକ ପିନ୍ଧି ଅଭିନୟ କରୁଛି ବୋଲି ନରସିଂହ କହିଛନ୍ତି।
ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ଓବିସିମାନଙ୍କ ପାଇଁ ଥିବା ୧୧.୫ ପ୍ରତିଶତ କୋଟା ଆଗ ପୂରଣ କରନ୍ତୁ। ତା’ପରେ ଅଧିକ ସ୍ଥାନ ସଂରକ୍ଷଣ କଥା କହିବେ। ଓବିସି ଭୋଟ ହାତେଇବା ପାଇଁ ଏହି ସଂକଳ୍ପ ପାରିତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି ଦେବାଶିଷ…

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri