ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ ନିଜ ଘରେ ବସି ଯୋଗ କରିପାରିବେ। ତେବେ କେଉଁ କେଉଁ ଯୋଗ ଆପଣ କରିପାରିବେ, ସେ ନେଇ ଯୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ପ୍ରତିଦିନ କେତେ ସମୟ ଯୋଗ କରିବେ ତାହା ପୂର୍ବରୁ ନିର୍ଦ୍ଧାରଣ କରନ୍ତୁ। ଯୋଗ କରିବା ସମୟରେ ଆଦୌ ଅନ୍ୟମନସ୍କ ହୁଅନ୍ତୁ ନାହିଁ। ଏହି ସମୟରେ ମନକୁ ଯୋଗରେ ହିଁ କେନ୍ଦ୍ରିତ ରଖନ୍ତୁ। ଏହାଫଳରେ ଆପଣ ଶାନ୍ତ ମନରେ ଯୋଗ କରିପାରିବେ। ଯୋଗ ବିଷୟରେ ମନରେ କିଛି ଭ୍ରାନ୍ତ ଧାରଣା ଥିଲେ ତାହା ପ୍ରଥମେ ଦୂର କରନ୍ତୁ। ଯୋଗ ପାଇଁ କେତେକ ସାମଗ୍ରୀର ଆବଶ୍ୟକତା ରହିଛି। ତାହା ପ୍ରଥମେ ନିଜ ପାଖରେ ରଖନ୍ତୁ।
ସବୁଠାରୁ ବଡ଼ କଥା ହେଲା ନିୟମିତ ଯୋଗ କରନ୍ତୁ। ଯୋଗ କରିବା ସମୟରେ ନିଜକୁ ଆଉ କାହା ସହ ତୁଳନା କରନ୍ତୁ ନାହିଁ। ଏହି ସମୟରେ କରୁଥିବା ଯୋଗ ଉପରେ ମନକୁ ଦୃଢ଼ ରଖନ୍ତୁ।