ଘରେ ଏକ୍ସରସାଇଜ୍‌ କରୁଥିଲେ

କରୋନା ଲାଗି ଦୀର୍ଘଦିନ ଘରେ ରହି ଅନେକେ ମୋଟା ହୋଇଯାଇଛନ୍ତି। ହେଲେ ଅପରପକ୍ଷେ ଏହା ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରିବା ଲାଗି କେହି କେହି ଜିମ୍‌ ପରିବର୍ତ୍ତେ ଘରେ ଏକ୍ସରସାଇଜ୍‌ କରୁଥିବା ଦେଖିବାକୁ ମିଳୁଛି। ଯଦି ଆପଣ ବି ଘରେ ଏକ୍ସରସାଇଜ୍‌ କରୁଛନ୍ତି ଅବା ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଜାଣି ରଖନ୍ତୁ କେତୋଟି ଟିପ୍ସ…
ପ୍ରତିଦିନ ଅତି କମ୍‌ରେ ୨୦-୪୫ ମିନିଟ୍‌ ଏକ୍ସରସାଇଜ କରନ୍ତୁ। ଅଧିକ ସମୟ ଚାଲିବାରେ ଦିଅନ୍ତୁ। ଘରେ ସମସ୍ତଙ୍କର ଟ୍ରେଡ଼ମିଲ୍‌ ନ ଥାଏ, ତେଣୁ ଛାତ ଉପରେ କିମ୍ବା ଅନ୍ୟ କୌଣସି ଖୋଲା ସ୍ଥାନରେ ଚାଲିପାରିବେ।
ଆପାର୍ଟମେଣ୍ଟରେ
ରହୁଥିଲେ ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରନ୍ତୁ, ଶରୀର ଫିଟ୍‌ ରହିବ।
ମନ ଇଚ୍ଛା କୌଣସି ଏକ୍ସରସାଇଜ୍‌ ନ କରି ଏକ୍ସପର୍ଟଙ୍କ ପରାମର୍ଶ ନେଇ କରିବା ଭଲ। ତେବେ ବର୍ତ୍ତମାନ ୟୁଟ୍ୟୁବ୍‌ରେ ଅନେକ ଫିଟ୍‌ନେସ୍‌ ଏକ୍ସପର୍ଟଙ୍କ ଭିଡ଼ିଓ ଆସୁଛି, ଯାହାକୁ ଦେଖି ଏକ୍ସରସାଇଜ କରି ପାରିବେ।
ଏଥିରେ କିଛି ସମୟ ଯୋଗ ଏବଂ ପ୍ରାଣାୟାମ ଆଦିକୁ ସାମିଲ କଲେ ଅଧିକ ଉପକୃତ ହୋଇପାରିବେ।
ଆପଣ ଚାହିଁଲେ ୟୁଟ୍ୟୁବ୍‌ ଦେଖି ଏରୋବିକ୍ସ କିମ୍ବା ଜୁମ୍ବା ଭଳି ଡ୍ୟାନ୍ସ ଏକ୍ସରସାଇଜ୍‌ ବି କରିପାରିବେ।
ମନେରଖନ୍ତୁ, ପ୍ରଥମେ ପ୍ରଥମେ ଏକ୍ସରସାଇଜ୍‌ କରୁଥିଲେ ପତଳା ହେବା ନିଶାରେ ଏକାସଙ୍ଗେ ବହୁତ ଏକ୍ସରସାଇଜ୍‌ କରନ୍ତୁ ନାହିଁ, ଏହାଦ୍ୱାରା ଦେହ ଦରଜ ଭଳି ସମସ୍ୟା ଦେଖା ଦେଇପାରେ। ତେଣୁ ପ୍ରଥମେ ଅଳ୍ପ ସମୟ ଏକ୍ସରସାଇଜ୍‌ କରିବା ପରେ ଧୀରେଧୀରେ ଅଧିକ କରନ୍ତୁ। ଏହି ସମୟରେ ହାଲୁକା ଏବଂ ଆରାମଦାୟକ ପୋଷାକ ପିନ୍ଧନ୍ତୁ।