ବିଏମ୍‌ସିର ବିନା ଅନୁମତିରେ ଚାଲିଥିଲା ପ୍ରଦର୍ଶନୀ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ବିଏମ୍‌ସିର ବିନା ଅନୁମତିରେ ଆୟୋଜନ ହେଉଥିଲା ପ୍ରଦର୍ଶନୀ । ଏନେଇ ଜୟଦେବ ବିହାର ସ୍ଥିତ ତିରୁମାଳା ତିରୁପତି ଦେବସ୍ଥାନମ୍‌ କଲ୍ୟାଣ ମଣ୍ଡପକୁ ବିଏମ୍‌୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ସମ୍ପୃକ୍ତ ମଣ୍ଡପରେ ସିଲ୍‌ ଇଣ୍ଡିଆ ପକ୍ଷରୁ ବସ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଥିଲା। ଏହି ସମ୍ପର୍କରେ ସୂଚନା ପାଇ ବିଏମ୍‌ସି ପକ୍ଷରୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି। ଏପରିକି ପ୍ରଦର୍ଶନୀ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟ ଅନୁମତି ନିଆଯାଇ ନ ଥିଲା। ବିଏମ୍‌ସି ଜୋନାଲ ଡେପୁଟି କମିଶନର(ଦକ୍ଷିଣ ପୂର୍ବଜୋନ୍‌) ଅଂଶୁମାନ ରଥ, ଆସିଷ୍ଟାଣ୍ଟ କମିଶନର (ଏନ୍‌ଫୋର୍ସମେଣ୍ଟ) ଲିଲନ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଜୋନ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ କଲ୍ୟାଣ ମଣ୍ଡପରେ ଚଢାଉ କରିବା ସହ ଏହାକୁ ସିଲ୍‌ କରିଛନ୍ତି।

 

Share