Exit poll: କେନ୍ଦ୍ରରେ ଭାଜପା ସରକାର! ଜାଣନ୍ତୁ ଓଡ଼ିଶାରେ କିଏ ଆଗରେ

ନୂଆଦିଲ୍ଲୀ,୧।୬: ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ସରିବା ପରେ ଶନିବାର ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ବା ଘର ବାହୁଡା ମତ ପ୍ରକାଶ ପାଇଛି। ତେବେ ଏଥିରେ ଓଡ଼ିଶାରେ ଭାଜପା ଆଗରେ ଥିବା ଜଣାପଡିଛି।

ଇଣ୍ଡିଆ ଟିଭି ଏକଜିଟ ପୋଲ ଅନୁସାରେ, ଭାଜପା ୧୫-୧୭ ଆସନରେ ବିଜୟୀ ହେଉଥିବାବେଳେ ବିଜେଡି ୪-୬ ସୀମିତ ରହିଛି। ଯେତେବେଳେ କି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ।

ସେହିପରି ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ଆକଳନ ଅନୁଯାୟୀ, ଓଡ଼ିଶାରେ ଭାଜପାକୁ ୧୩ ଲୋକ ସଭା ଆସନ ମିଳୁଥିବାବେଳେ ବିଜୁ ଜନତା ଦଳକୁ ୮ ଆସନ ବିଜୟୀ ହୋଇଛି।

ଜନ କି ବାତ ଆକଳନ ଅନୁଯାୟୀ, ଭାଜପା ୧୫ରୁ ୧୮ ଜିତୁଥିବାବେଳେ ବିଜେଡିକୁ ୩ରୁ ୭ ଆସନ ମିଳିପାରେ।

ଏନଡି ଟିଭି ଆକଳନ ଅନୁସାରେ ଭାଜପାକୁ ୧୫ ଆସନ ଓ ବିଜେଡିକୁ ୩-୮ ଆସନ ମିଳିପାରେ। ଅନ୍ୟପଟେ କଂଗ୍ରେସ ଗୋଟିଏ ବି ଆସନ ହାତେଇ ପାରିନାହିଁ ବୋଲି ଏନଡି ଟିଭି ଆକଳନ କରିଛି।

ନ୍ୟୁଜ ୨୪ର ଚାଣକ୍ୟ ଏଜେନ୍ସି ଆକଳନ ଅନୁଯାୟୀ, ଭାଜପାକୁ ୧୬ ଆସନ ମିଳୁଥିବାବେଳେ ବିଜେଡିକୁ ୪ ଓ କଂଗ୍ରେସକୁ ୧ ମିଳିପାରେ ବୋଲି ଆକଳନ କରାଯାଉଛି।

ରିପବ୍ଲିକ ମାର୍ଟିଜ ଅନୁସାରେ, ଭାଜପା ୯-୧୨ ଆସନ ଓ ବିଜେଡି ୭-୧୦ ଆସନ ଜିତୁଥିବାବେଳେ କଂଗ୍ରେସକୁ ୧ ଆସନ ମିଳିପାରେ ବୋଲି ଆକଳନ କରିଛି।

ଏବିପିର ସି ଭୋଟର ଅନୁଯାୟୀ, ଭାଜପାକୁ ୧୭-୧୯ ଆସନ ମିଳୁଥିବାବେଳେ ବିଜେଡିକୁ ୧-୩ ମିଳିପାରେ ବୋଲି ଆକଳନ କରିଛି।

କହିରଖୁଛୁ ଯେ, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନଡିଏ ନେତୃତ୍ୱାଧୀନ ବିଜେଡି ୨୧ରୁ ୨୦ ଆସନ ପାଇଥିଲା। ଯେଉଁଥିରେ ବିଜେଡି ସମର୍ଥନରେ ମୋଦି କେନ୍ଦ୍ରରେ ସରକାର ଗଢିଥିଲେ। କିନ୍ତୁ ୨୦୧୯ରେ ବିଜେଡି ମାତ୍ର ୧୨ଟି ଆସନ ହାତେଇ ପାରିଥିଲା।

Share