ଆସିଲା Exit poll, କେନ୍ଦ୍ରରେ ପୁଣି ମୋଦିଙ୍କୁ ବହୁମତ

ନୂଆଦିଲ୍ଲୀ,୧।୬: ସପ୍ତମ ପର୍ଯ୍ୟାୟ ବ୍ୟାପି ମତଦାନ ଶେଷ ହେବାପରେ ବିଭିନ୍ନ ଏଜେନ୍ସି ଏବଂ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପୁଲ ବାହୁଡ଼ା ମତ ବା Exit poll ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଏନଡିଏ କେନ୍ଦ୍ରରେ ପୁଣିଥରେ ସରକାର ଗଠନ କରୁଛି।

ରିପବ୍ଲିକ ଭାରତ ଆକଳନ ଅନୁଯାୟୀ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଏନଡିଏ ୩୫୩ରୁ ୩୬୮ ଆସନରେ ବିଜୟୀ ହେଉଥିଲା ବେଳେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମିଳିତ ମଞ୍ଚ ୧୧୮ ରୁ ୧୩୫ ଆସନରେ ବିଜୟୀ ହେଉଛି। ଏହି ଦୁଇ ପ୍ରମୁଖ ଗୋଷ୍ଠୀ ଅନ୍ୟମାନେ ୪୩ ରୁ ୪୮ ଆସନରେ ବିଜୟୀ ହେଉଛନ୍ତି।

ସେହିପରି ଅନ୍ୟତମ ପ୍ରମୁଖ ଜନ କି ବାତ ଆକଳନ ଅନୁଯାୟୀ ଏନଡିଏ ୩୬୨ରୁ ୩୯୨ ଆସନରେ ବିଜୟୀ ହୋଇପାରେ। ଅନ୍ୟପଟେ ଇଣ୍ଡିଆ ମିଳିତ ମଞ୍ଚ ୧୨୫ ଆସନରେ ବିଜୟୀ ହେଉଥିଲା ବେଳେ ଅନ୍ୟମାନେ ୧୦ ରୁ ୨୦ ଆସନରେ ବିଜୟୀ ହେବେ।

ଏନଡିଟିଭି ଆକଳନ ଅନୁଯାୟୀ ମୋଦିଙ୍କ ନେତୃତ୍ୱରେ ଏନଡିଏକୁ ୩୬୫ ଆସନରେ ବିଜୟୀ ହେଉଥିଲା ବେଳେ ଇଣ୍ଡିଆ ମିଳିତ ମଞ୍ଚ ୧୪୨ ବିଜୟୀ ହୋଇପାରେ ଏବଂ ଅନ୍ୟମାନଙ୍କୁ ୩୬ ଆସନ ମିଳିପାରେ।

ନ୍ୟୁଜ ନେସନ ଆକଳନ ଅନୁଯାୟୀ ଏନଡିଏ ୩୪୨ ଆସନରୁ ୩୭୮ ହେଉଥିଲା ବେଳେ ଇଣ୍ଡିଆ ମିଳିତ ମଞ୍ଚ ୧୫୩ ରୁ ୧୬୯ ଆସନରେ ବିଜୟୀ ହୋଇପାରେ ଏବଂ ଅନ୍ୟମାନଙ୍କୁ ୨୧ରୁ ୨୩ ଆସନ ମିଳିପାରେ।

ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ଆକଳନ ଅନୁଯାୟୀ ଏନଡିଏ ୩୭୧ ହେଉଥିଲା ବେଳେ ଇଣ୍ଡିଆ ମିଳିତ ମେଣ୍ଟ ୧୪୧-୧୬୧ ଆସନରେ ବିଜୟୀ ହୋଇପାରେ ଏବଂ ଅନ୍ୟମାନେ ୪୭ ଆସନରେ ବିଜୟୀ ହୋଇପାରନ୍ତି।

ତେବେ ଦୈନିକ ଭାସ୍କର ଆକଳନ ସମସ୍ତ ଆକଳନ ଠାରୁ ଟିକିଏ ଭିନ୍ନ ରହିଛି। ଏହାର ଆକଳନ ଅନୁଯାୟୀ ଏନଡିଏ ୨୮୧ ଆସନରୁ ୩୫୦ ଆସନରେ ବିଜୟୀ ହେଉଥିଲା ବେଳେ ଇଣ୍ଡିଆ ମେଣ୍ଟକୁ ୧୪୫ ଆସନରୁ ୨୦୧ ଆସନ ମିଳିପାରେ ଏବଂ ଅନ୍ୟମାନଙ୍କୁ ୩୩ରୁ ୪୯ ଆସନରେ ମିଳିପାରେ।

Share