Categories: ଜାତୀୟ

ଆସିଲା ଫାଇନାଲ ଏକ୍‌ଜିଟ୍‌ ପୋଲ! ଏନଡିଏ ନୁହେଁ ଇଣ୍ଡିଆ ମେଣ୍ଟ ଗଢିବ ସରକାର, ଜାଣନ୍ତୁ କିଏ ପାଇବ କେତେ ସିଟ୍‌

ନୂଆଦିଲ୍ଲୀ,୩।୬: ଜୁନ୍‌ ୧ରେ ଦେଶରେ ନିର୍ବାଚନ ଶେଷ ହୋଥିବା ବେଳେ ବର୍ତ୍ତମାନ ସମଗ୍ର ଦେଶ ନିର୍ବାଚନରର ଫଳାଫଳକୁ ଅପେକ୍ଷା କରିଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ପରେ, ଲୋକ ସଭା ନିର୍ବାଚନ ୨୦୨୪କୁ ଅନେକ ଏକ୍‌ଜିଟ୍‌ ପୋଲ ସାମ୍ନାକୁ ଆସିଛି। ଏହି ଏକ୍‌ଜିଟ୍‌ ପୋଲ ମଧ୍ୟରୁ ଗୋଟିଏ ଇଣ୍ଡିଆ ଆଲାଇନ୍ସକୁ ସଂଖ୍ୟାଗରିଷ୍ଠତା ଦେଇଛି।

ଏକ୍‌ଜିଟ୍‌ ପୋଲ ତଥ୍ୟ ଅନୁଯାୟୀ ଏହା କୁହାଯାଇଛି ଯେ ଏହା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକ ବଡ ପ୍ରତିଯୋଗୀ ଭାବରେ ଦର୍ଶାଇଛି। ଯଦି ଇଣ୍ଡିଆ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ କଂଗ୍ରେସ ସର୍ବ ବୃହତ ଦଳ ହୋଇ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଆଗେଇ ନେଇପାରେ।

ଡିବି ଲାଇଭ୍‌ ଏକ୍‌ଜିଟ୍‌ ପୋଲ ଦାବି କରିଛି ଯେ, ଏହି ଲୋକ ସଭା ନିର୍ବାଚନରେ ଇଣ୍ଡିଆ ଆଲାଇନ୍ସ ସଂଖ୍ୟାଗରିଷ୍ଠତା ହାସଲ କରିପାରେ। ଡିବି ଏକଜିଟ ସର୍ଭେ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ଭାଜପା) ଦ୍ୱାରା ପରିଚାଳିତ ଏନଡିଏ ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ବ୍ୟାପକ କ୍ଷତି ସହିପାରେ।

ଡିବି ଲାଇଭ୍‌ ଏକ୍‌ଜିଟ୍‌ ପୋଲ ଅନୁଯାୟୀ, ଦେଶର ୫୪୩ ଲୋକ ସଭା ଆସନ ମଧ୍ୟରୁ ଇଣ୍ଡିଆ ଆଲାଇନ୍ସ ୨୬୦-୨୯୫ ସିଟ ପାଇପାରିରେ। ଯାହା ସ୍ପଷ୍ଟ ଭାବରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରୁଛି। ଏହି ଏକ୍‌ଜିଟ୍‌ ପୋଲ ଏନଡିଏକୁ ୨୧୫-୨୪୫ ସିଟ ଏବଂ ଅନ୍ୟମାନଙ୍କୁ ୨୮-୩୮ ସିଟ ଦେଇଛି । କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ ସରକାର ଗଠନ କରେ, ତେବେ ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବେ।

Share