Posted inଜାତୀୟ

Exit Poll: ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ ଟାଇଟ ଫାଇଟ

ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆସିଛି ଏକଜିଟ ପୋଲ। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ଛତିଶଗଡ଼ରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ସରକାର ଗଠନ ପାଇଁ ମଧ୍ୟରେ ଟାଇଟ ଫାଇଟ ହେବାର ଆକଳନ କରାଯାଉଛି।

ଇଣ୍ଡିଅ ଟୁଡ଼େ ଆକ୍ସିସ ମାଇଁ ଇଣ୍ଡିଆ ଆକଳନ ଅନୁଯାୟୀ ଛତିଶଗଡ଼ରେ କଂଗ୍ରେସକୁ ୪୦ରୁ ୫୦ ସିଟ୍ ଏବଂ ଭାଜପାକୁ ୩୬ରୁ ୪୬ ଆସନ ଏବଂ ଅନ୍ୟାନ୍ୟଙ୍କୁ ୧ରୁ ୫ ଆସନ ମିଳିପାରେ ବୋଲି କୁହାଯାଇଛି। ସେହିପରି ଏବିପି ନ୍ୟୁଜ-ସି ଭୋଟର ଅନୁଯାୟୀ ଭାଜପାକୁ ୩୬ରୁ ୪୮ ଏବଂ କଂଗ୍ରେସକୁ ୪୧ରୁ ୫୩ ଆସନ ମିଳିବ। ଇଣ୍ଡିଆ ଟିଭି-ସିଏନଏକ୍ସ ଅନୁଯାୟୀ ଭାଜପାକୁ ୩୦ରୁ ୪୦ ଏବଂ କଂଗ୍ରେସକୁ ୪୬ରୁ ୫୬ ଆସନରେ ବିଜୟ ମିଳିବ।

ସେହିଭଳି ମଧ୍ୟପ୍ରଦେଶର ସରକାର ଗଠନ କରିବା ପାଇଁ ଭାଜପା-କଂଗ୍ରେସ ମଧ୍ୟରେ ଏଥର ସିଧାସଳଖ ମୁକାବିଲା ହୋଇଥିଲା। ଯାହାର ଫଳାଫଳ ଏକଜିଟ ପୋଲରେ ମଧ୍ୟ ଦେଖିବାକୁ ମିଳିଛି। ବିଭିନ ସଂସ୍ଥାର ଆକଳନ ଅନୁଯାୟୀ ମଧ୍ୟପ୍ରଦେଶରେ ରାଜ୍ୟରେ ସରକାର ଗଠନ ପାଇଁ ଲଢେଇ ଜୋରଦାର ହେବ। ରିପବ୍ଲିକ ଟିଭି ଆକଳନ ଅନୁଯାୟୀ ଭାଜପାକୁ ୧୦୦ରୁ ୧୨୩ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୧୦୨ରୁ ୧୨୫ ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିଭଳି ‘ଜନ କି ବାତ’ ଅନୁଯାୟୀ ରାଜ୍ୟରେ ଭାଜପାକୁ ୧୦୦ରୁ ୧୨୩ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୧୦୨ରୁ ୧୨୫ ଆସନ ମିଳିବାର ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri