Posted inଜାତୀୟ

Exit Poll Delhi Election: ଦିଲ୍ଲୀରେ ଭାଜପା ଲହର, ୮ ଏକ୍‌ଜିଟ୍‌ ପୋଲ୍‌ରେ ବହୁମତ, ରେସ୍‌ ବାହାରେ AAP 

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ବୁଧବାର ଇଭିଏମ୍‌ରେ କଏଦ ହୋଇଛି। ସା ୫ଟା ସୁଦ୍ଧା ଦିଲ୍ଲୀରେ ୫୭.୭୦ ପ୍ରତିଶତ ମତଦାନ ହୋଇଛି। ଫେବୃଆରୀ ୮ରେ ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ତାହା ପୂର୍ବରୁ ସମସ୍ତଙ୍କ ମନରେ ଏଥର ଦିଲ୍ଲୀରେ କିଏ ସରକାର ଗଠନ କରିବା ନେଇ ପ୍ରଶ୍ନ ଉଠୁଛି। ଯାହାକୁ ନେଇ ଏକଜିଟ୍‌ ପୋଲ ସର୍ଭେ ଆସିବା ଆରମ୍ଭ ହୋଇଛି। ଏଥିରେ ଆମ ଆଦମୀ ପାର୍ଟି ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଅଧିକାଂଶ ସର୍ଭେ କହୁଛି ଯେ ଦିଲ୍ଲୀରେ ଭାଜପା ସରକାର ଗଠନ କରିପାରେ।
PEOPLE’s INSIGHT ସର୍ଭେରେ ଭାଜପା ବିଜେତା ହେଉଥିବା ଏବଂ ଆମ ଆଦମୀ ପାର୍ଟି କ୍ଷତି ସହୁଥିବା ଦେଖାଯାଉଛି।
ଭାଜପା: ୪୦-୪୪
ଆପ: ୨୫-୨୯
JVC ସର୍ଭେରେ ମଧ୍ୟ ଭାଜପା ଫାଇଦା ପାଉଥିବା ପରି ମନେ ହେଉଛି। ସର୍ଭେ ଅନୁଯାୟୀ, ଦିଲ୍ଲୀରେ ଭାଜପା  ୩୯ ରୁ ୪୫ ଆସନ ପାଇପାରେ ଏବଂ ଆମ ଆଦମୀ ପାର୍ଟିକୁ କେବଳ ୨୨ ରୁ ୩୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ।
ଭାଜପା: ୩୯-୪୫
ଆପ: ୨୨-୩୧
Chanakya Strategiesର ସର୍ଭେରେ ମଧ୍ୟ ଭାଜପା ଲାଭ ପାଉଛି ଏବଂ ଆମ ଆଦମୀ ପାର୍ଟି କ୍ଷତି ସହୁଥିବା ଦେଖାଯାଉଛି। ଏହା ସହିତ, ଗତ ଦୁଇଟି ନିର୍ବାଚନ ତୁଳନାରେ କଂଗ୍ରେସ ଏଥର ଆଶ୍ୱସ୍ତି ପାଇବା ପରି ମନେ ହେଉଛି।
ଆମ ଆଦମୀ ପାର୍ଟି: ୨୫-୨୮
ଭାଜପା: ୩୯-୪୪
କଂଗ୍ରେସ: ୨-୩
MATRIZE ସର୍ଭେରେ, ଭାଜପା ଏବଂ AAP ମଧ୍ୟରେ ଏକ କଡ଼ା ଟକ୍କର ଦେଖାଯାଉଛି।
ଆପ୍‌: ୩୨-୩୭ ଆସନ
ଭାଜପା: ୩୫-୪୦ ଆସନ
କଂଗ୍ରେସ: ଗୋଟିଏ ଆସନ
ପୋଲ ଡାଏରୀ ସର୍ଭେରେ ମଧ୍ୟ ଦିଲ୍ଲୀରେ ଏକ ବଡ଼ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ଆକଳନ କରାଯାଉଛି ଯେ ଆମ ଆଦମୀ ପାର୍ଟି ହାତରୁ କ୍ଷମତାରୁ ଯାଉଛି ଏବଂ ଭାଜପା ବାଜିମାତ କରୁଛି।
ଆପ: ୧୮-୨୫ ଆସନ
ବିଜେପି: ୪୨-୫୦ ଆସନ
କଂଗ୍ରେସ: ୦-୨ ଆସନ
P MARQ ସର୍ଭେ ମଧ୍ୟ ଦର୍ଶାଉଛି ଯେ ଦିଲ୍ଲୀରେ ଭାଜପା ସରକାର ଗଠନ କରିବ।
ଆମ ଆଦମୀ ପାର୍ଟି: ୨୧-୩୧
ଭାରତୀୟ ଜନତା ପାର୍ଟି: ୩୯-୪୯
କଂଗ୍ରେସ: ୦-୧
People’s Pluse ସର୍ଭେରେ, ଭାଜପା ଦିଲ୍ଲୀରେ ଏକ ବଡ଼ ବିଜୟ ହାସଲ କରିବାକୁ ଯାଉଥିବା କୁହାଯାଇଛି। ହେଲେ ଆମ ଆଦମୀ ପାର୍ଟି ଏକ ବଡ଼ କ୍ଷତିର ସମ୍ମୁଖୀନ ହେଉଛି।
ଆମ ଆଦମୀ ପାର୍ଟି: ୧୦-୧୯
ଭାରତୀୟ ଜନତା ପାର୍ଟି: ୫୧-୬୦
କଂଗ୍ରେସ: ୦-୧
ଡିଭି ରିସର୍ଚ୍ଚର ସର୍ଭେରେ ମଧ୍ୟ  ଭାଜପା ସରକାର ଗଠନ ହେଉଥିବା ପରି ମନେ ହେଉଛି।
ଆମ ଆଦମୀ ପାର୍ଟି: ୨୬-୩୪
ଭାରତୀୟ ଜନତା ପାର୍ଟି: ୩୬-୪୪
କଂଗ୍ରେସ: ୦
ଅନ୍ୟାନ୍ୟ: ୦
WeePreside  ସର୍ଭେରେ, ଆମ ଆଦମୀ ପାର୍ଟି ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିରେ ଭାଜପାକୁ ପରାଜୟ ସାମ୍ନା କରିବାକୁ ପଡିବ ବୋଲି ଦେଖାଯାଉଛି।
ଆମ ଆଦମୀ ପାର୍ଟି: ୪୬-୫୨
ଭାରତୀୟ ଜନତା ପାର୍ଟି: ୧୮-୨୩
କଂଗ୍ରେସ: ୦-୧
Mind Brink ସର୍ଭେରେ ମଧ୍ୟ ଆମ ଆଦମୀ ପାର୍ଟିକୁ ବହୁମତ ମିଳୁଥିବା ଦେଖାଯାଉଛି।
ଆମ ଆଦମୀ ପାର୍ଟି: ୪୪-୪୯
ଭାରତୀୟ ଜନତା ପାର୍ଟି: ୨୧-୨୫
କଂଗ୍ରେସ: ୦-୧
ଅନ୍ୟାନ୍ୟ: ୦
ୱିପ୍ରେସାଇଡ୍‌ ଏବଂ ମାଇଣ୍ଡ ବ୍ରିଙ୍କ୍‌ ସର୍ଭେକୁ ଛାଡିଦେଲେ, ଅନ୍ୟ ୮ ସର୍ଭେରେ ଭାଜପା ଦିଲ୍ଲୀରେ ସରକାର ଗଠନ କରିପାରେ ବୋଲି ଆକଳନ କରାଯାଇଛି। ମାତ୍ର ଏକଜିଟ୍‌ ପୋଲଗୁଡ଼ିକ ଚୂଡ଼ାନ୍ତ ଫଳାଫଳ ନୁହେଁ, କେବଳ ଆକଳନ। ୮ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେଇଯିବ।
ସୂଚନାଯୋଗ୍ୟ, ଦିଲ୍ଲୀରେ ମୋଟ ୭୦ଟି ବିଧାନସଭା ଆସନ ରହିଛି, ଯେଉଁଠାରେ ୬୯୯ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଥର ୯୬ ଜଣ ମହିଳା ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦିଲ୍ଲୀରେ ମୋଟ ୧,୫୬,୧୪,୦୦୦ ଭୋଟର ଅଛନ୍ତି, ଯେଉଁଥିରୁ ୮୩,୭୬,୧୭୩ ପୁରୁଷ ଏବଂ ୭୨,୩୬,୫୬୦ ମହିଳା, ଯେତେବେଳେ ଅନ୍ୟାନ୍ୟ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ୧,୨୬୭। ଦିଲ୍ଲୀରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ସମସ୍ତ ୭୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, କିନ୍ତୁ ଭାଜପା ୬୮ ଟି ଆସନରେ ଭାଗ୍ୟ ପରୀକ୍ଷା କରୁଛି। ଭାଜପା ଏହାର ସହଯୋଗୀ ଦଳ ପାଇଁ ଦୁଇଟି ଆସନ ଛାଡିଥିଲା, ଯେଉଁଥିରେ ଦେଓଲି ଆସନରୁ ଏଲ୍‌ଜେପି ଏବଂ ବୁରାରି ଆସନରୁ ଜେଡିୟୁ ନିର୍ବାଚନ ଲଢୁଛି।

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

ୱାକଫ୍ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ପୁଣି ହିଂସା, ଦକ୍ଷିଣ ୨୪ ପରଗନା ଜିଲାରେ ପୋଲିସ ଗାଡ଼ି ପୋଡ଼ିଦେଲେ ଲୋକେ

ନୂଆଦିଲ୍ଲୀ,୧୪ା୪: ୱାକଫ ସଂଶୋଧନ ଆଇନ ବିରୋଧରେ ସୋମବାର (୧୪ ଏପ୍ରିଲ, ୨୦୨୫) ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖାଦେଇଛି। ଦକ୍ଷିଣ ୨୪ ପରଗନାର ଭାଙ୍ଗରରେ, ପ୍ରଦର୍ଶନକାରୀମାନେ...

NIA ଅଧିକାରୀଙ୍କୁ ଏହି ୩ ଜିନିଷ ମାଗିଲେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣା

ମୁମ୍ବାଇ,୧୪।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ହୁସେନ ରାଣାକୁ ଜାତୀୟ ତଦନ୍ତ ସଂସ୍ଥା (NIA) ଅଧିକାରୀମାନେ ପ୍ରତିଦିନ ୮ରୁ ୧୦ ଘଣ୍ଟା ପଚରାଉଚରା କରି...

ଅନନ୍ୟ ଭାଇଚାରା: ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଇମତିଆଜ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ଆଜି ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ବରଗଡ଼ ସମେତ ସବୁଠି ଉତ୍ସାହ, ଉଦ୍ଦୀପନା ସହକାରେ ଏହି ପର୍ବ...

ଦଣ୍ଡଯାତ୍ରା ଉଦଯାପିତ: ମେରୁ ପର୍ବରେ ମା’ କାଳୀପୀଠ ଲୋକାରଣ୍ୟ

ହିଞ୍ଜିିଳିକାଟୁ, ୧୪।୪(ଦ୍ବିତୀକୃଷ୍ଣ ପଣ୍ଡା): ସୋମବାର ହିଞ୍ଜିିଳିକାଟୁ ଏବଂ ବିଭିନ୍ନ ଗ୍ରାମରେ ମା’ଦଣ୍ଡକାଳୀଙ୍କ ମେରୁପୀଠଗୁଡିକରେ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି। ମେରୁ ଖୁଣ୍ଟରେ ପୂଜା ନିମନ୍ତେ ଲୋକାରଣ୍ୟ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image