Categories: ଜାତୀୟ

Exit poll: ପଲଟିଲା ବାଜି, ଏହି ରାଜ୍ୟରେ ଇଣ୍ଡିଆ ମେଣ୍ଟର ବାଜିମାତ

ନୂଆଦିଲ୍ଲୀ,୧।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ଶନିବାର ସପ୍ତମ ପର୍ଯ୍ୟାୟ ମତଦାନ ସରିଛି। ତେବେ ମତଦାନ ସରିବା ପରେ ସଂଧ୍ୟାରେ ବଡ଼ ବଡ଼ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ପ୍ରକାଶ ପାଇଛି। ତେବେ ଏହି ଏକଜିଟ ପୋଲର ପୂର୍ବାନୁମାନ ଅନୁଯାୟୀ, ଇଣ୍ଡିଆ ମେଣ୍ଟର କେତେକ ରାଜ୍ୟରେ ବଡ଼ ବାଜିମାତ ଦେଖିବାକୁ ମିଳିଛି।

ଲୋକ ସଭା ନିର୍ବାଚନରେ କେରଳରେ ଇଣ୍ଡିଆ ମେଣ୍ଟ ଆଗରେ ଅଛି ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ପୂର୍ବାନୁମାନ କରିଛି। କଂଗ୍ରେସ ନେତୃତ୍ୱର ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ଆଗରେ ରହିଛି। ଏନଡିଏ ୨-୩ ଓ ୟୁଡିଏଫ ୧୭-୧୮ ଆସନ ପାଇପାରେ ବୋଲି ଅନୁମାନ କରିଛି। ସେହିପରି ତାମିଲନାଡୁରେ ଇଣ୍ଡିଆ ମେଣ୍ଟ ୩୩-୩୭ ଓ ଏନଡିଏ ୨-୩ ଆସନ ପାଇପାରେ ବୋଲି ଆକଳନ ହୋଇଛି।

ଏହି କ୍ରମରେ ପଞ୍ଜାବରେ କଂଗ୍ରେସ ୭-୯ ଆସନ ପାଇଥିବାବେଳେ ଭାଜପା ୨-୪ ଓ ଶାସକ ଦଳ ଆମ ଆଦମୀ ପାର୍ଟି ୦-୨ରେ ସୀମିତ ଅଛି ବୋଲି ଆକଳନ କରାଯାଇଛି। ସେହପରି ମଣିପୁରରେ କଂଗ୍ରେସକୁ ଗୋଟିଏ ଆସନ ମିଳିଥିବାବେଳେ ଭାଜପା ଗୋଟିଏ ବି ଆସନ ହାତେଇ ପାରିନାହିଁ।

 

Share