Categories: ଜାତୀୟ

୨୦୦୯, ୨୦୧୪, ୨୦୧୯ରେ କେତେ ସଠିକ୍‌ ଥିଲା ଏକ୍‌ଜିଟ୍‌ ପୋଲ୍‌, ଜାଣନ୍ତୁ ପୂରା ତଥ୍ୟ…

ନୂଆଦିଲ୍ଲୀ,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ୍‌ ଶନିବାର ଅର୍ଥାତ୍‌ ଆଜି ଶେଷ ହେବ। ମତଦାନ ସରିବା ପରେ ତୁରନ୍ତ ଏକ୍‌ଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇବ। ୧୯୫୭ରୁ ଭାରତରେ ଏକ୍‌ଜିଟ୍‌ ପୋଲ ଆରମ୍ଭ ହୋଇଥିଲା। ପ୍ରଥମଥର ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ଓପିନିଅନ ଦ୍ୱାରା ଏହି ସର୍ଭେ କରାଯାଇଥିଲା। ସେବେଠାରୁ ପ୍ରାୟ ପ୍ରତ୍ୟେକ ନିର୍ବାଚନରେ ଏକ୍‌ଜିଟ୍‌ ପୋଲ୍‌ କରାଯାଏ। ବେଳେବେଳେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳଗୁଡ଼ିକ ସମ୍ପୂର୍ଣ୍ଣ ସଠିକ୍‌ ହେଉଥିବା ବେଳେ ଆଉ କେତେବେଳେ ବିପରୀତ ହୋଇଥାଏ।

୨୦୦୯ ଏକ୍‌ଜିଟ୍‌ ପୋଲ୍‌:
ପ୍ରଥମେ ଆସନ୍ତୁ ୨୦୦୯ ବିଷୟରେ ଆଲୋଚନା କରିବା। ଏହି ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଫେରିଥିଲେ। ୨୦୦୯ରେ ଚାରୋଟି ବଡ ସର୍ଭେ ଏଜେନ୍ସିର ଫଳାଫଳ ଅନୁଯାୟୀ, ୟୁପିଏ ହାରାହାରି ୧୯୫ଟି ସିଟ୍‌ ପାଇଥିବାବେଳେ ଏନ୍‌ଡିଏ ୧୮୫ଟି ସିଟ୍‌ ପାଇଥିଲା। ୟୁପିଏ ୨୬୨ଟି ସିଟ୍‌ ଜିତିଥିଲା। ଯେତେବେଳେ କି ଏନ୍‌ଡିଏକୁ ୧୫୮ଟି ଆସନ ମିଳିଥିଲା। ଏକ୍‌ଜିଟ୍‌ ପୋଲ୍‌ ପରି, ୟୁପିଏକୁ ୫୪ଟି ସିଟ୍‌ ମିଳିଥିଲା। ଯେତେବେଳେ ଏନ୍‌ଡିଏ ହାରାହାରିଠାରୁ ୨୨ଟି ସିଟ୍‌ ଅଧିକ ପାଇଥିଲା।

୨୦୧୪ ଏକ୍‌ଜିଟ୍‌ ପୋଲ୍‌:
୨୦୧୪ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ହାରାହାରି ୨୮୩ଟି ସିଟ୍‌ ପାଇବ ବୋଲି ଆଶା କରାଯାଉଥିଲା। ଯେଉଁଠାରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୦୫ଟି ସିଟ୍‌ ପାଇବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପ୍ରକୃତ ଫଳାଫଳ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଅଧିକାଂଶ ଏକ୍‌ଜିଟ୍‌ ପୋଲ ନରେନ୍ଦ୍ର ମୋଦିଙ୍କ ଲହରକୁ ଅନୁଭବ କରିପାରିଲା ନାହିଁ। ଏନ୍‌ଡିଏ ରେକର୍ଡ ୩୩୬ଟି ଆସନ ଜିତିଥିଲା। ସେଥିମଧ୍ୟରୁ କେବଳ ଭାଜପା ୨୮୨ଟି ସିଟ୍‌ ପାଇଥିଲା। ୟୁପିଏକୁ ମୋଟ୍‌ ୬୦ଟି ଆସନ ପାଇଥିଲା। ଯେଉଁଥିରେ କଂଗ୍ରେସ ୪୪ଟି ଆସନ ପାଇଥିଲା।

୨୦୧୯ ଏକ୍‌ଜିଟ୍‌ ପୋଲ୍‌:
ଗତ ଲୋକ ସଭା ନିର୍ବାଚନ ଅର୍ଥାତ୍‌ ୨୦୧୯କୁ ଦେଖିଲେ ଜଣାପଡ଼େ ଯେ, ଏହି ଲୋକ ସଭା ନିର୍ବାଚନରେ ହାରାହାରି ୧୩ ଏକ୍‌ଜିଟ୍‌ ପୋଲକୁ ଦେଖିଲେ ୩୦୬ ସିଟ୍‌ ଦିଆଯାଇଥିଲା। ଯେଉଁଥିରୁ ୟୁପିଏ ୧୨୦ଟି ଆସନରେ ଜିତିଥିଲା। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ମଧ୍ୟ ଏଥର ଭୁଲ ପ୍ରମାଣିତ ହୋଇଥିଲା। ସଠିକ ଭାବରେ ଏନ୍‌ଡିଏ ସିଟ୍‌ ଆକଳନ ହୋଇ ନ ଥିଲା।
୨୦୧୯ରେ ଏନ୍‌ଡିଏ ୩୫୩ଟି ସିଟ୍‌ ଦଖଲ କରିଥିଲା। ଯେଉଁଥିରେ କେବଳ ଭାଜପା ୩୦୦ ସିଟ୍‌ ପାଇଥିଲା। ୟୁପିଏ ମାତ୍ର ୯୩ଟି ସିଟ୍‌ ପାଇଥିଲା। ଏଥିରେ କଂଗ୍ରେସ ମାତ୍ର ୫୨ଟି ଆସନ ପାଇଥିଲା।

Share