ଗଞ୍ଜାମ,୨୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀରେ ବିଦେଶୀ ପକ୍ଷୀଙ୍କ ସମାଗାମ ହୋଇଥିବା ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ବେଷଣରେ ସେମାନେ ଶୀତରେ ହଜାର ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶାର ବିଭିନ୍ନ ଜଳାଶ୍ରୟକୁ ଆସିଥାନ୍ତି ବୋଲି ଗଞ୍ଜାମର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବାଧାରକ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ଏମାନଙ୍କୁ ଗୟଳ ହଂସ ବା ବାର୍ଡ ହେଡେଡ୍ ଗୋଜ ବୋଲି କୁହାଯାଏ। ସବୁଠାରୁ ଅଧିକ ଉଚ୍ଚତା, ଅଧିକ ଦୂରତା ଏବଂ ଦ୍ରୁତ ଗତିରେ ଉଡ଼ିପାରୁଥିବା ଏହି ବିରଳ ପ୍ରଜାତିର ପକ୍ଷୀ ଦଳ ଦଳ ହୋଇ ଋଷିକୁଲ୍ୟା ନଦୀ ଗର୍ଭରେ ଆଶ୍ରୟ ନେଉଥିବା ଓ ଜଳକ୍ରୀଡାର ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ଏମାନେ ଡିସେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଓଡିଶା ଉପକୂଳରେ ଦେଖାଯାଆନ୍ତି।