ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ

ବାଲୁଗଁା,୨ା୧୦(ସଂଗ୍ରାମ ପାଇକରାୟ):ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। କେତେକ ବିଦେଶୀ ପକ୍ଷୀ ଘୂରି ବୁଲୁଥିବା ବେଳେ କିଛି ପକ୍ଷୀ ଚିଲିକା ଜଳରାଶିକୁ ଅବତରଣ କରିଥିବା ଦେଖିବାକୁ ମିଳିଛି। ପ୍ରାୟତଃ ଅକ୍ଟୋବର ଶେଷାର୍ଦ୍ଧରେ ବାୟୁମଣ୍ଡଳକୁ ଶୀତ ସ୍ପର୍ଶ କରିବା ମାତ୍ରେ ଚିଲିକାକୁ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ଚଳିତବର୍ଷ ଅକ୍ଟୋବର ପହିଲାରୁ ବିଦେଶୀ ପକ୍ଷୀଙ୍କ ଦୃଷ୍ଟିଗୋଚର ହୋଇଥିବା ବେଳେ କେତେ ସଂଖ୍ୟକ ଓ କେଉଁ ପ୍ରଜାତିର ପକ୍ଷୀ ଆସିଛନ୍ତି, ତାହା ଆସନ୍ତା ଏକ ସପ୍ତାହ ମଧ୍ୟରେ ସ୍ପଷ୍ଟ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଅମ୍ଳାନ ନାୟକ କହିଛନ୍ତି।
କି, ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚିଲିକାକୁ ନିରାପଦ ବାସସ୍ଥାନ ଭାବେ ବିଦେଶୀ ପକ୍ଷୀ ଆଦରି ନେଇଥାନ୍ତି। ଗ୍ରୀଷ୍ମଋତୁ ଆରମ୍ଭ ହେବା ମାତ୍ରେ ଅର୍ଥାତ୍‌ ଏପ୍ରିଲରୁ ପକ୍ଷୀ ସମୂହ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତେବେ ପକ୍ଷୀଙ୍କ ଏହି ୬ମାସ ରହଣିକାଳ ମଧ୍ୟରେ ସେମାନଙ୍କର ସୁରକ୍ଷା ନିମିତ୍ତ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପକ୍ଷୀଙ୍କ ସୁରକ୍ଷା ନିମିତ୍ତ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପକ୍ଷୀ ଶିକାରୀଙ୍କୁ ଧରିବା ଏବଂ ସେମାନଙ୍କ ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ୫ଟି ରେଞ୍ଜ ଅଧୀନରେ ୨୧ଟି ସୁରକ୍ଷା କ୍ୟାମ୍ପ ଗଠନ କରାଯାଇଛି। ବାଲୁଗଁା ରେଞ୍ଜ ଅଧୀନ ତଥା ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ୪ଟି କ୍ୟାମ୍ପ, ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି ଓ ଭୂଷଣ୍ଡପୁର ଅଞ୍ଚଳରେ ୧୧ଟି, ସାତପଡ଼ା ରେଞ୍ଜ ତଥା କୃଷ୍ଣପ୍ରସାଦ ଅଞ୍ଚଳରେ ୨ଟି, ନୂଆପଡ଼ା ରେଞ୍ଜ ଅଧୀନରେ ୨ଟି ଏବଂ ରମ୍ଭା ରେଞ୍ଜ ଅଞ୍ଚଳରେ ୨ଟି କ୍ୟାମ୍ପ ନିୟୋଜିତ କରାଯାଇଛି ା ଏଥିସହ ସ୍ଥଳପଥରେ ବିଭିନ୍ନ ଢାବା ଓ ହୋଟେଲ ଗୁଡ଼ିକ ତଲାସିବା ପାଇଁ ଭ୍ରାମ୍ୟମାଣ ସ୍କ୍ବାଡ୍‌ ଗଠନ କରାଯାଇଛି। ଚିଲିକା ଜଳରାଶିରେ ଦିବାରାତ୍ର ପାଟ୍ରୋଲିଂ ପାଇଁ ବିଭାଗ ପକ୍ଷରୁ ଏବଂ ଭଡ଼ାରେ ବୋଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କ୍ୟାମ୍ପ୍‌ରେ ଜଣେ ବନପାଳ କିମ୍ବା ବନରକ୍ଷୀଙ୍କ ସମେତ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ମୋଟ୍‌ ୩ଜଣ ଲେଖାଏ ସଦସ୍ୟଙ୍କୁ ସାମିଲ କରାଯାଇଛି। ପକ୍ଷୀ ଶିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରଶାସନ ଏବଂ ପୋଲିସର ସହଯୋଗ ଲୋଡ଼ାଯାଇଛି। ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲିି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଭାଜପା ରାଜ୍ୟ ସଭାପତି

ତିହିଡି,୨।୧୦:ପବିତ୍ର ଗାନ୍ଧୀ ଜୟନ୍ତୀରେ ତିହିଡି ବ୍ଲକ ଅଧୀନ ପିରହାଟ କାଳିପଡିଆସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମାଲ୍ୟାର୍ପଣ କରିଛନ୍ତି। ଭାଜପା...

ଗୋଟିଏ ଗଛରେ ଏକାଠି ଝୁଲିପଡ଼ିଲେ ପ୍ରେମୀଯୁଗଳ: ବଢୁଛି ସନ୍ଦେହ

ଅତାବିରା,୨।୧୦(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡର ଏକ ଖଇର ଗଛରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।...

ପର ହେଲା ପରିବାର, ବରିଷ୍ଠ ନାଗରିକ ନିବାସ ନୂଆ ଜୀବନ

ମହାକାଳପଡ଼ା, ୨/୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ସମୟ ବଦଳିବା ସାଙ୍ଗକୁ ପରିବାର ପରିବର୍ତ୍ତନ ଦେଖାଦେଉଛି। ଯେଉଁ ମା’ବାପା ଦିନେ ପିଲାଟିକୁ ଜନ୍ମ ଦେଇ ତା’ର ଭବିଷ୍ୟତର ଶୁଭ ଚିନ୍ତନ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ...

୧୫୫ ତମ ଗାନ୍ଧୀ ଜୟନ୍ତୀ ସମାରୋହ: ପ୍ରତିମୂର୍ତ୍ତି ଉନ୍ମୋଚନ

ବାଲେଶ୍ୱର, ୨।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ବୁଧବାର ୧୫୫ତମ ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତି ଓ ଶାସ୍ତ୍ରୀ ଜୟନ୍ତୀ...

ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ଛେଚି ପକାଇଲେ

ବୌଦ୍ଧ,୨।୧୦: ଲୁଗାପଟା ଟାଣି ଓଟାରି ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଜଣଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଗାନ୍ଧୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ମଣ୍ଡପ ନିକଟରେ ଟ୍ରକ ଠିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri