ମୁମ୍ବାଇ,୨୪।୨: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଆର୍ସିପିଏଲ୍)ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ନୂତନ କାମ୍ପା ଏବଂ ପାନୀୟଜଳ ବଟଲିଂ ପ୍ଲାଣ୍ଟ ଆସାମର ଗୁଆହାଟୀଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଉତ୍ତର-ପୂର୍ବ ଭାରତରେ କାମ୍ପାର ପୋର୍ଟଫୋଲିଓର ଉପସ୍ଥିତିକୁ ବ୍ରାଣ୍ଡ୍ ସୁଦୃଢ଼ କରିଛି। ସେହିଭଳି ଆସାମର ପ୍ରମୁଖ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ଜେରିକୋଙ୍କ ସହ ଆର୍ସିପିଏଲର ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଉକ୍ତ ପ୍ରକଳ୍ପ ଦ୍ୱୟର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ବତନ୍ତ୍ର ଉଦ୍ଘାଟନୀ ଉତ୍ସବରେ ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟ ଉଭୟ ଆରସିପିଏଲ ଏବଂ ଜେରିକୋର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୬ ଲକ୍ଷ ବର୍ଗଫୁଟରୁ ଅଧିକ ପରିବ୍ୟାପ୍ତ ଅଞ୍ଚଳରେ ଏହି କାରଖାନା ଆରମ୍ଭ ହୋଇଥିଲାବେଳେ ଯାହା ଏହି ଅଞ୍ଚଳର ଶିଳ୍ପ ଏବଂ ଅର୍ଥନୈତିକ ପ୍ରସାରରେ ଏହାର ଭୂମିକାକୁ ଗୁରୁତ୍ୱ ଦେଇଥିଲା। ଅପରପକ୍ଷର ସମ୍ପୃକ୍ତ ଅଞ୍ଚଳର ସର୍ବବୃହତ ପାନୀୟ ଉତ୍ପାଦନ ୟୁନିଟ୍ ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଉଛି। ବିଶେଷକରି ଏହାର ପ୍ରାରମ୍ଭିକ ଉତ୍ପାଦନ କ୍ଷମତା ୧୦କୋଟି ଲିଟରରୁ ଅଧିକ ହୋଇଥିଲାବେଳେ କାର୍ବୋନେଟେଡ ସଫ୍ଟ ଡ୍ରିଙ୍କ (ସିଏସ୍ଡି) ଏବଂ ପ୍ରାୟ ୧୮କୋଟି ଲିଟର ପ୍ୟାକେଜ୍ ପାନୀୟ ଜଳ, ଯାହା ବର୍ଦ୍ଧିତ ଗ୍ରାହକ ଚାହିଦା ପାଇଁ ପ୍ରଚୁର ଯୋଗାଣକୁ ସୁନିଶ୍ଚିତ କରିଥାଏ। ଏ ନେଇ ଆସାମର ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା କହିଛନ୍ତି, ସାଧାରଣ ଲୋକମାନେ କାମ୍ପାର ଉତ୍ପାଦଗୁଡ଼ିକୁ ବର୍ତ୍ତମାନ ବହୁତ ସୁଲଭ ମୂଲ୍ୟରେ କିଣିପାରିବେ। ଏପରିକି ଏହା କାମ୍ପାକୋଲାର ଏକ ବଡ଼ ସୁବିଧା କେନ୍ଦ୍ର ହୋଇଥିଲାବେଳେ ସେମାନେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରିବେ। କମ୍ପାନୀ ଗୁଣବତ୍ତା ସହିତ ସାଲିସ୍ କରୁନାହାନ୍ତି, ଯାହା ଅନ୍ୟାନ୍ୟ ବିଶ୍ୱ ମାନଦଣ୍ଡ ସହିତ ସମକକ୍ଷ ବୋଲି କୁହାଯାଇଛି। ସେହିଭଳି ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡର ସିଓଓ କେତନ ମୋଡି କହିଛନ୍ତି, ଆମେ ଜେରିକୋ ସହ ବୁଝାମଣା କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମର ଗୁଆହାଟୀ ପ୍ଲାଣ୍ଟର ଉଦଘାଟନ ସହ ବ୍ରାଣ୍ଡ୍ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଲଟିଛି।