ଚାଇନାକୁ ଧମକ ଦେବାର ସାହସ କାହାର ନାହିଁ

ବେଜିଂ,୧। ୭ : ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି) ଗୁରୁବାର ଏହାର ପ୍ରତିଷ୍ଠାର ଶତବାର୍ଷିକୀ ଉତ୍ସବ ପାଳନ କରିଛି। ଏହି ଅବସରରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଟିଆନାନ୍‌ମେନ ସ୍କୋୟାରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଦେଶର ବିକାଶକୁ ସୁନିଶ୍ଚିତ କରିବା ଏବଂ ପ୍ରତିବନ୍ଧକ ସାଜୁଥିବା ଯେକୌଣସି ଶତ୍ରୁଙ୍କୁ ଚେତାବନୀ ଦେବାରେ ସିପିସି ଏକମାତ୍ର ଶକ୍ତି ବୋଲି କହିଥିଲେ। କମ୍ୟୁନିଷ୍ଟ ପାର୍ଟି ଏକ ରକ୍ଷକ ଭାବେ ବିଦେଶୀ ଓ ଘରୋଇ ଅତ୍ୟାଚାର ବିରୋଧରେ ଲଢ଼େଇ କରିଆସିଛି। ଚାଇନା ଧନୀ ଓ ଅଗ୍ରଣୀ ବିଶ୍ୱ ଶକ୍ତି ଭାବେ ରହିବାକୁ ହେଲେ ସିପିସି ଶାସନ ବଳବତ୍ତର ରହିବା ଜରୁରୀ। ଚାଇନାବାସୀ କଦାପି କୌଣସି ଦେଶର ଲୋକଙ୍କୁ ଭୟଭୀତ କିମ୍ବା ଅତ୍ୟାଚାରିତ କରିନାହାନ୍ତି କିମ୍ବା ଭବିଷ୍ୟତରେ କରିବେ ନାହିଁ ବୋଲି ରାଷ୍ଟ୍ରପତି କହିଥିଲେ। ତେବେ ଚାଇନାକୁ କେହି ଧମକାଇ ପାରିବେ ନାହିଁ ବୋଲି ଜିନ୍‌ପିଙ୍ଗ କହିଥିଲେ।

Share