୯ରେ ବଡ଼ ଘୋଷଣା କରିପାରନ୍ତି ପୁଟିନ୍‌

ମସ୍କୋ,୨ା୫: ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହେବା ସହ ଆକ୍ରମଣରେ ହଜାର ହଜାର ହୋକଙ୍କ ପ୍ରାଣ ଯିବା ପରେ ରୁଷିଆ ଖୁବଶୀଘ୍ର ପୂର୍ବ ୟୁରୋପୀୟ ଦେଶରେ ଶେଷ ଆକ୍ରମଣ କରିବାକୁ ଯାଉଛି। ରୁଷିଆ ଓ ପାଶ୍ଚାତ୍ୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ଫେବୃୟାରୀ ୨୪ରୁ ୟୁକ୍ରେନ୍‌ରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଚଳାଇଥିବା ରୁଷିଆ ମାତ୍ର କିଛି ଦିନରେ ଲକ୍ଷ୍ୟ ହାସଲ କରିନେବାକୁ ଚିନ୍ତା କରିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପକ୍ଷେ ରୁଷୀୟ ସେନାମୁଖ୍ୟ ନିରାଶ ହୋଇ ବହୁ ସଂଖ୍ୟାରେ ସୈନ୍ୟଙ୍କୁ ୟୁକ୍ରେନ୍‌ ପଠାଇବା ସହ ଯୁଦ୍ଧକୁ ତୀବ୍ର କରିବା ନିମନ୍ତେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ କହିଥିବା ଜଣାପଡ଼ିଛି।

ପ୍ରତିରକ୍ଷା ସଚିବ ବେନ୍‌ ଓ୍ବାଲାସେ କହିଛନ୍ତି, ଆସନ୍ତା ୯ ତାରିଖରେ ରୁଷିଆର ବିଜୟ ଦିବସରେ ପୁଟିନ୍‌ ବହୁସଂଖ୍ୟାରେ ସୈନ୍ୟ ଠୁଳ କରି ୟୁକ୍ରେନ୍‌ ଉପରେ ଶେଷ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି। ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ କବ୍‌ଜା କରିବାରେ ବିଫଳ ହେବା ପରେ ରୁଷିଆ ସେନା ଏହାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ତେଣୁ ସେମାନେ ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଛନ୍ତି। ଏହାପୂର୍ବରୁ ନାଟୋର ପୂର୍ବତନ ମୁଖ୍ୟ ରିଚାର୍ଡ ଶେରିଫ୍‌ ୟୁକ୍ରେନ୍‌ ସ୍ଥିତି ଆହୁରି ଖରାପ ହେବା ନେଇ ସତର୍କ କରାଇବା ସହ ଏ ଦିଗରେ ପ୍ରସ୍ତୁତ ରହିବାକୁ ପାଶ୍ଚାତ୍ୟ ଦେଶକୁ କହିଥିଲେ।

Share