ରେପୋରେଟ୍‌ ହାର ପରିବର୍ତ୍ତନ ଆଶା କ୍ଷୀଣ

ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ପ୍ରମୁଖ ସୁଧ ହାର ରେପୋ ହାରରେ ହ୍ରାସ ହେବାର ସମ୍ଭାବନା କମ୍‌ ରହିଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଖୁଚୁରା ମୁଦ୍ରାସ୍ଫୀତି ଏବେ ବି ଚିନ୍ତାର ବିଷୟ ପାଲଟିଛି ଏବଂ ପଶ୍ଚିମ ଏସିଆ ସଙ୍କଟ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମୂଲ୍ୟ ଉପରେ ପ୍ରଭାବ ପକାଇବ।
ଚଳିତମାସ ଆରମ୍ଭରେ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମପିସି)ର ପୁର୍ନଗଠନ କରିଥିଲେ। ତିନିଜଣ ନୂତନ ନିଯୁକ୍ତ ବାହ୍ୟ ସଦସ୍ୟଙ୍କୁ ନେଇ ଗଠିତ ଏହି କମିଟି ସୋମବାର ଏହାର ପ୍ରଥମ ବୈଠକ ଆରମ୍ଭ କରିବ। ଅକ୍ଟୋବର ୯ ବୁଧବାର ୩ ଦିନିଆ ଏହି ବୈଠକର ଫଳାଫଳକୁ ଏମପିସି ଅଧ୍ୟକ୍ଷ ତଥା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିବେ। ୨୦୨୩ ଫେବୃଆରୀରୁ ଆରବିଆଇ ରେପୋ ହାରକୁ ୬.୫% ରେ ଅପରିବର୍ତ୍ତିତ ରଖିଛି ରଖିଥିବାବେଳେ କେବଳ ଡିସେମ୍ବରରେ ଏଥିରେ କିଛି ଆଶ୍ୱସ୍ତି ମିଳିପାରେ ବୋଲି ବିଶେଷଜ୍ଞମାନେ ଆଳନ କରୁଛନ୍ତି। ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୪% (୨% କମ୍‌ କିମ୍ବା ବେଶି) ସୁନିଶ୍ଚିତ କରିବା ପାଇଁ ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ଦାୟିତ୍ୱ ଦେଇଛନ୍ତି। ବିଶେଷଜ୍ଞମାଙ୍କ କହିବାୁସାରେ, ଆମେରିକାର ଫେଡେରାଲ ରିଜର୍ଭ ବେଞ୍ଚମାର୍କ ୦.୫%କୁ ହ୍ରାସ କରଥିବାବେଳେ ଆରବିଆଇ ଏହି ଧାରାକୁ ଅନୁସରଣ ନକରିପାରେ। ସୁଧହାର ହ୍ରାସ କରିଥିବା ଅନ୍ୟ କେତେକ ବିକଶିତ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଆରବିଆଇ ଅନୁସରଣ କରିନପାରେ ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରିବାରେ ଇଂଲଣ୍ଡ ପ୍ରଥମ

ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ଅକ୍ଟୋବର ପହିଲାରେ ଇଂଲଣ୍ଡ (ୟୁକେ) ଏହାର ଶେଷ କୋଇଲା ଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ବନ୍ଦ କରି କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନକୁ ସମ୍ପୂର୍ଣ୍ଣ...

ସାରା ଦେଶରେ ରିଲାଏନ୍ସର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୭।୧୦(ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(ଆର୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଉଇ କେୟାର ଫର୍‌ ସ୍ବଚ୍ଛତା ଅଭିଯାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୭୫,୦୦୦ ରୁ...

ଆମାଜନ ଗୋଲ୍ଡ ଭାଉଚରର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୧୦: ଚଳିତ ପାର୍ବଣ ଋତୁରେ ସୁନା, ରୁପା ଓ ମୂଲ୍ୟବାନ ଅଳଙ୍କାର କ୍ରୟ କରିବା ସହିତ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଆମାଜନ ଗୋଲ୍ଡ ଭାଉଚର...

ଚଳିତ ଆର୍ଥିକ ବର୍ଷରେ ୧୦,୦୦୦ ନୂଆ କର୍ମଚାରୀ ନିଯୁକ୍ତ କରିବ ଭାରତୀୟ ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ,୬ା୧୦: ଦେଶର ସର୍ବ ବୃହତ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସାଧାରଣ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ବୈଷୟିକ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri