Categories: ଜାତୀୟ

କୋଭିଡ୍‌ ଭ୍ୟାକ୍‌ସିନକୁ ଦେଶରେ ଖୁବ ଶୀଘ୍ର ମିଳିବ ମଞ୍ଜୁରୀ, ୫୦ ନିୟୁତ ଡୋଜ ପ୍ରସ୍ତୁତ: ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୮ା୧୨: ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ୫୦ ନିୟୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଭାକ୍‌ସିନ ପ୍ରସ୍ତୁତ କରିସାରିଛି। ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଆଦର ପୁନାଓ୍ବାଲା ସୋମବାର ସ୍ପଷ୍ଟ କରିଛନ୍ତି। ଭାକ୍‌ସିନର ଜରୁରୀକାଳିନ ବ୍ୟବହାରକୁ ଖୁବ୍‌ ଶୀଘ୍ର ଭାରତୀୟ ରେଗୁଲେଟର ମିଳିପାରେ ଅନୁମତି।

ଏହି ଭ୍ୟାକ୍‌ସିନର ଜରୁରୀକାଳିନ ବ୍ୟବହାର ପାଇଁ ପୁଣେ ଭିତ୍ତିକ କମ୍ପାନୀକୁ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦରକାର। ଭାରତରେ କୋଭିଶିଲ୍ଡ କୁହାଯାଉଥିବା ଏହି ଭ୍ୟାକ୍‌ସିନର କ୍ଲିନିକାଲ ଟ୍ରାଏଲ୍ସର ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି। ସରକାରସ୍ତରରେ ମିଳିଥିବା ସୂଚନା ଅନୁଯାୟୀ, ସେରମ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ସନ୍ତୋଷଜନକ।

Share