Categories: ଜାତୀୟ

୨ ମାସରେ ୧୬ ଜଣଙ୍କୁ ମାରିଲାଣି ଦନ୍ତା

ନୂଆଦିଲ୍ଲୀ,୨୪।୬: ହାତୀ ପଲରୁ ବିତାଡ଼ିତ ହେବା ପରେ ଏକ ଦନ୍ତା ଝାଡ଼ଖଣ୍ଡର ସନ୍ଥାଳ ପରଗାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗତ ଦୁଇ ମାସ ମଧ୍ୟରେ ଏହି ହାତୀ ୧୬ ଜଣ ସ୍ଥାନୀୟ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ବନ ଅଧିକାରୀ ଗୁରୁବାର କହିଛନ୍ତି।

ଦନ୍ତାର ବୟସ ୧୫ କିମ୍ବା ୧୬ ବର୍ଷ ହେବ। ଦୁଇ ମାସ ତଳେ ଅନ୍ୟ ଦନ୍ତାଙ୍କ ସହ ଆକ୍ରମଣାତ୍ମକ ଯୌନ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଉକ୍ତ ହାତୀକୁ ପଲରୁ ବିତାଡ଼ିତ କରାଯାଇଥିବା ଅଧିକାରୀମାନେ ଆକଳନ କରୁଛନ୍ତି। ଆମେ ତା’ର ବ୍ୟବହାରକୁ ଅଧ୍ୟୟନ କରୁଛୁ। ତାକୁ ଟ୍ରାକ କରିବା ପାଇଁ ୨୦ ଅଧିକାରୀ କ୍ରମାଗତ ଚେଷ୍ଟା କରୁଛନ୍ତି। କାରଣ ହାତୀକୁ ସୁରକ୍ଷା ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି ଅଞ୍ଚଳର ବନ ଅଧିକାରୀ ସତୀଶ ଚନ୍ଦ୍ର ରାୟ କହିଛନ୍ତି।

ଗତ ମଙ୍ଗଳବାର ଉକ୍ତ ଦନ୍ତା ବୃଦ୍ଧ ଦମ୍ପତିଙ୍କୁ କଚାଡ଼ି ମାରି ଦେଇଥିଲା। ଉକ୍ତ ଦନ୍ତା ଏବେ ପଲରେ ମିଶିବାକୁ ଫେରୁଛି। ଏଣୁ ତା’ ବାଟକୁ ଆସୁଥିବା କିମ୍ବା ଉତ୍ତେଜିତ କରୁଥିବା କିମ୍ବା ଫଟୋ ନେଉଥିବା ଲୋକଙ୍କୁ ହତ୍ୟା କରୁଛି। ସେ ଜାଣିଶୁଣି ଏଭଳି କରୁ ନ ଥିବା ବନ ଅଧିକାରୀ ସତୀଶ କହିଛନ୍ତି।

Share