ବଲ୍ଡାଚିନୋ ସୁପ୍ରିମ୍ ବେଡ୍ ନାମରେ ପରିଚିତ ଏହି ଦାମୀ ଖଟଟିକୁ ଷ୍ଟୁଆର୍ଟ ହୁଘେସ୍ ନାମକ ଜଣେ ଲୋକପ୍ରିୟ ଡିଜାଇନର୍ ଡିଜାଇନ୍ କରିଥିଲେ। ଷ୍ଟୁଆର୍ଟ ତାଙ୍କ ଜୀବନ କାଳ ଭିତରେ ଅନେକ ଦାମୀ ଜିନିଷ ଯେମିତିକି ୟାଚ୍, କାର୍ ଇତ୍ୟାଦି ଡିଜାଇନ୍ କରି ପ୍ରଶଂସା ପାଇଥିଲେ ହେଁ ଏହି ଖଟଟି କିନ୍ତୁ ତାଙ୍କୁ ଭିନ୍ନ ପରିଚିତି ଆଣି ଦେଇଥିଲା। କାରଣ ଏହି ଖଟର ଡିଜାଇନ୍ ବେଶ୍ ଆକର୍ଷଣୀୟ। ଏହି ଆଲିଶାନ ଖଟକୁ ସୁନ୍ଦର ଭାବେ ସଜାଇବାକୁ ଏଥିରେ ପ୍ରାୟ ୯୦ କି.ଗ୍ରା. ଓଜନର ୨୪ କ୍ୟାରେଟ୍ ସୁନା ବ୍ୟବହାର କରାଯାଇଛି। ଏଥିସହିତ ଏହି ଖଟର ଫ୍ରେମ୍ଗୁଡ଼ିକୁ ଆସ୍, ଚେରି ଭଳି ଦାମୀ କାଠରେ ତିଆରି କରାଯିବା ସହ ଏଥିରେ ଇଟାଲିୟାନ୍ ସିଲ୍କ କପଡ଼ାର ବି ବ୍ୟବହାର ହୋଇଛି। ସେଥିପାଇଁ ଏହାର ଦାମ୍ ପ୍ରାୟ ୬.୩ ମିଲିୟନ୍ ଡଲାର ରଖା ଯାଇଛି।