ଦାମୀ ପାନ

ଓଡ଼ିଶା ଓ ଓଡ଼ିଶା ବାହାରେ ବି ପାନର ଢେର ଚାହିଦା ରହିଛି। ତେଣୁ ପାନ ବ୍ୟବସାୟୀ ବିଭିନ୍ନ ପ୍ରକାରର ପାନ ବିକ୍ରି କରିଥାନ୍ତି। ତେବେ ଏଠାରେ ଯେଉଁ ପାନ କଥା କୁହାଯାଉଛି ତାହା ବହୁତ ଖାସ୍‌ । ସେଥିପାଇଁ ତ ଏହାକୁ ଦାମୀ ପାନରେ ଗଣାଯାଉଛି…

* ଗୋଲ୍ଡେନ୍‌ ନାଇଟ୍‌ ପାନ: ଜୟପୁରରେ ଥିବା ଅନ୍ନୁ ମୋବାଇଲ ପାନ ଭଣ୍ଡାରର ମୁଖ୍ୟ ଆକର୍ଷଣ ହେଉଛି ଗୋଲ୍ଡେନ୍‌ ନାଇଟ୍‌ ପାନ; ଯାହା ମୁଖ୍ୟତଃ ନବଦମ୍ପତିଙ୍କ ପାଇଁ ଉଦ୍ଦିଷ୍ଟ। ଷ୍ଟଫିଂ ଆଉ ଡିଜାଇନ୍‌କୁ ନେଇ ଏଠାରେ ଏହି ପାନ ୫୧୦୦ରୁ ଆରମ୍ଭ କରି ୧୧୦୦୦ ଟଙ୍କାରେ ବିକ୍ରି କରାଯାଇଥାଏ। ତେବେ ୫୧୦୦ ଟଙ୍କାରେ ମିଳୁଥିବା ଗୋଲ୍ଡେନ୍‌ ନାଇଟ୍‌ ପାନରେ ମୁଖ୍ୟତଃ ୭ ପ୍ରକାରର ଦେଶୀ ମାଉଥ୍‌ ଫ୍ରେଶନର୍‌, କେଶର, ଗୁଲକନ୍ଦ, ନଡିଆ କୋରା, ଟୁଟି ଫ୍ରୁଟି, ଖୁରଚାନ୍ଦ ଆଦି ବ୍ୟବହାର କରାଯିବା ସହ ପରେ ଏହାକୁ ଖାଇବାଯୋଗ୍ୟ ଗୋଲ୍ଡ ଫଏଲ୍‌ରେ ଆକର୍ଷଣୀୟ ଭାବେ ଗୁଡାଇ ଦିଆଯାଏ। ତା’ପରେ ଏକ ମଖମଲିଆ ନାଲି ରଙ୍ଗର ବକ୍ସ ଭିତରେ ଥିବା ତିନୋଟି ଗୋଲ୍ଡ ପ୍ଲେଟେଡ୍‌ ଗିନା ମଧ୍ୟରୁ ଗୋଟିଏରେ ଏହି ପାନକୁ ରଖିଦିଆଯାଏ। ଅନ୍ୟ ଏକ ଗିନାରେ ୬/୭ଟି ସିଲ୍‌ଭର୍‌ କୋଟ୍‌ ହୋଇଥିବା ପାନ ଖଜୁର୍‌ ଏବଂ ଆଉ ଏକ ଗିନାରେ କିଛି ଟୁଟି ଫ୍ରୁଟି, ନଡିଆ କୋରା ତଥା ମାଉଥ୍‌ ଫ୍ରେସନର୍‌ ଆଦି ରଖିଦିଆଯାଏ। ସର୍ଭ କରିବା ପାଇଁ ସେଥିରେ ଦୁଇଟି ଗୋଲ୍ଡ ପ୍ଲେଟେଡ୍‌ ଚାମଚ ଏବଂ ଗୋଟିଏ ଗୋଲ୍ଡ ପ୍ଲେଟେଡ୍‌ ପ୍ଲେଟ୍‌ ବି ରଖିଦିଆଯାଏ; ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଯଦି କେହି ଷ୍ଟଫିଂ ଆଉ ଡିଜାଇନ୍‌କୁ ନେଇ ଆଉ କିଛି ନୂଆ କରିବାକୁ ଚାହିଁଲେ ତା’ହେଲେ ସେହି ଅନୁଯାୟୀ ଦାମ୍‌ ବି ବଢିଯାଏ।
*କୋହିନୁର ମସାଲା ପାନ: ମହାରାଷ୍ଟ୍ରର ଓରଙ୍ଗାବାଦ୍‌ରେ ଥିବା ତାରା ପାନ୍‌ ସେଣ୍ଟରରେ ପ୍ରାୟ ୫୧ ପ୍ରକାରର ପାନ ବିକ୍ରି ହୋଇଥାଏ। କୋହିନୂର ମସାଲା ପାନ ହେଉଛି ଏହି ସେଣ୍ଟରର ସବୁଠାରୁ ଖାସ୍‌ ଆଉ ଦାମୀ ପାନ; ଯାହାର ମୂଲ୍ୟ ୫୦୦୦ଟଙ୍କା। ମୁଖ୍ୟତଃ ନବଦମ୍ପତିଙ୍କ ପାଇଁ ଏହି ପାନଟି ଉଦ୍ଦିଷ୍ଟ। କାରଣ ଏଥିରେ ବିଭିନ୍ନ ପ୍ରକାରର ମୁଖବାସ ସହିତ ଏକ ସ୍ବତନ୍ତ୍ର ଧରଣର କସ୍ତୁରୀ, କେଶର, ରୋଜ୍‌ ଏକ୍ସଟ୍ରାକ୍ଟସ୍‌, ସ୍ବତନ୍ତ୍ର ଲିକ୍ୟୁଡ ଫ୍ରାଗରାନ୍ସ ତଥା ଏକ ସୁପର୍‌ ସିକ୍ରେଟ୍‌ ଇନ୍‌ଗ୍ରିଡିଏଣ୍ଟର ବ୍ୟବହାର କରାଯାଇଥାଏ; ଯେଉଁ ସିକ୍ରେଟ୍‌କୁ ଉକ୍ତ ପାନ ସେଣ୍ଟରର ମାଲିକ ଆଜିଯାଏଁ କାହାକୁ କହି ନାହାନ୍ତି। ଏପରିକି ନିଜ ପିଲାଙ୍କୁ ମଧ୍ୟ। ପିଲା ପ୍ରାପ୍ତ ବୟସର ହୋଇଗଲେ ସେମାନଙ୍କୁ ଏହି ସିକ୍ରେଟ୍‌ ଜଣାଇବେ ବୋଲି ସେ କହିଥାନ୍ତି। ତେବେ ଏହି ପାନର ସ୍ବାଦ କୁଆଡ଼େ ବେଶ୍‌ ମତୁଆଲା ହୋଇଥାଏ; ଯାହାକୁ ଖାଇଲେ ସ୍ବାମୀସ୍ତ୍ରୀଙ୍କ ସମ୍ପର୍କରେ ନିବିଡ଼ତା ଆସିଥାଏ ବୋଲି ଉକ୍ତ ପାନ ସେଣ୍ଟରର ମାଲିକ ମତ ଦେଇଥାନ୍ତି। ସେଥିପାଇଁ ବାହାଘର ସିଜିନ୍‌ ଆସିଲେ ଖାସ୍‌ ଏହି ପାନକୁ କିଣିବାକୁ ଏଠି ଗ୍ରାହକଙ୍କର ଭିଡ଼ ଜମେ। ଏକ ସୁନ୍ଦର ପ୍ୟାକେଟ୍‌ ଭିତରେ ଗୋଟିଏ ସୁଗନ୍ଧଯୁକ୍ତ ଅତର ସହିତ ବରକନ୍ୟାଙ୍କ ପାଇଁ ଭିନ୍ନ ଭିନ୍ନ ଦୁଇଟି କୋହିନୁର ମସାଲା ପାନ ରଖି ଗ୍ରାହକଙ୍କୁ ଏହା ଦିଆଯାଇଥାଏ।
*ଗୋଲ୍ଡ ଫେରେରୋ ରସର୍‌ ପାନ: ସିଲଭର୍‌ କୋଟେଡ୍‌ ପାନମଧୁରି, ସିଲଭର୍‌ କୋଟେଡ୍‌ ଗୁଜୁରାତି, ସିଲଭର୍‌ କୋଟେଡ୍‌ ପୁଦିନାର ମଞ୍ଜି, ରୋଜ୍‌ ପାଉଡ଼ର୍‌, ଖଜୁର୍‌, ଗୁଲକନ୍ଦ୍‌, ଫେରେରୋ ରସର୍‌ ଚକୋଲେଟ୍‌ ତଥା ଅନ୍ୟାନ୍ୟ କେତେକ ମୁଖବାସକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ପାନକୁ ସ୍ବତନ୍ତ୍ର ଖାଦ୍ୟ ଉପଯୋଗୀ ଗୋଲ୍ଡ ଫଏଲ୍‌ରେ ଗୁଡାଇ ଗ୍ରାହକଙ୍କୁ ଦିଆଯାଇଥାଏ। ଏହା ୭୫୦ ଟଙ୍କାରେ ବିକ୍ରି ହୋଇଥାଏ। ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ପାନ ବିକ୍ରି ହେଉଥିବାର ଦେଖିବାକୁ ମିଳେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri