ଦାମୀ ଗାଉନ୍‌: ଯାହାକୁ ପିନ୍ଧିବା ତ ଦୂରର କଥା ଛୁଇଁବା ବି ସାତ ସପନ

ବିବାହ ହେଉକି ପାର୍ଟି, ଗାଉନ୍‌ ଦିଏ ଗ୍ଲାମରସ୍‌ ଲୁକ୍‌ ।
ତେଣୁ ଆଜିକାଲି ଏହାର ଚାହିଦା ବହୁତ । ହେଲେ ଆମେ ଏଠି ଯେଉଁ ଗାଉନ୍‌ଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଛୁ ସେଗୁଡିକୁ ପିନ୍ଧିବାକୁ ଯଦିଓ ସମସ୍ତେ ଚାହିଁବେ, ହେଲେ ଏହାକୁ ପିନ୍ଧିବା ତ ଦୂରର କଥା ଏହାକୁ ସ୍ପର୍ଶ କରିବା
ବି ସାତ ସପନ । କାରଣ ଏସବୁ ହେଉଛି ପୃଥିବୀର ସବୁଠାରୁ ଦାମୀ ଗାଉନ୍‌…

ନାଇଟେଙ୍ଗଲ ଅଫ୍‌ କ୍ୱାଲାଲମପୁର: ଡିଜାଇନର୍‌ ଅବଦୁଲା ଫୈଜଲୀ ତିଆରି କରିଛନ୍ତି ଏହି ସୁନ୍ଦର ଲାଲ ରଙ୍ଗର ଗାଉନ୍‌କୁ, ଯାହାକି ପୃଥିବୀର ସବୁଠାରୁ ଦାମୀ ଗାଉନ୍‌ ଭାବେ ପରିଚିତ। ସିଲ୍କ, ସିଫନ୍‌, ଟାଫେଟା, ସାଟିନ୍‌ ଆଦି କପଡ଼ାରେ ଏହି ଗାଉନ୍‌ଟି ତିଆରି ହୋଇଛି। ମଝିରେ ଲାଗିଥିବା ୭୦ କ୍ୟାରେଟ୍‌ର ଟିୟରଡ୍ରପ୍‌ ଡାଇମଣ୍ଡ ହେଉଛି ଗାଉନ୍‌ର ମୁଖ୍ୟ ଆକର୍ଷଣ। ଏହାବାଦ୍‌ ଏଥିରେ ଖଚିତ ହୋଇଛି ସ୍ବରୋଭସ୍କି କ୍ରିଷ୍ଟାଲ ଓ ୭୫୧ଟି ସତସତିକା ହୀରା। ଗାଉନ୍‌ର ମୂଲ୍ୟ ହେଉଛି ୩୦ ମିଲିୟନ ଡଲାର।
ରେଡ ଡାଇମଣ୍ଡ ଅବାୟା: ବ୍ରିଟିଶ ଫ୍ୟାଶନ ଡିଜାଇନର୍‌ ଡେବି ଓ୍ବିଙ୍ଗହାମ୍‌ ଡିଜାଇନ୍‌ କରିଛନ୍ତି ଏହି ସୁନ୍ଦର ଆଉଟ୍‌ଫିଟ୍‌କୁ। ଏଥିରେ ୧୦୦୦ଟି ବ୍ଲାକ୍‌ ଓ ହ୍ବାଇଟ୍‌ ଡାଇମଣ୍ଡ ସହ ଅନେକ ରେଡ ଡାଇମଣ୍ଡ ଖଚିତ ହୋଇଛି। ୧୪ କ୍ୟାରେଟ୍‌ର ହ୍ବାଇଟ୍‌ ଗୋଲ୍ଡ ସୂତାରେ ଏହା ଉପରେ ହାତରେ ସିଲେଇ କାମ କରାଯାଇଛି। ଏହାକୁ ତିଆରି କରିବା ପାଇଁ ୬ ମାସ ସମୟ ଲାଗିଥିଲା । ଆଉ ଏହି ଆଉଟ୍‌ଫିଟ୍‌ର ମୂଲ୍ୟ ହେଉଛି ୧୬ ମିଲିୟନ ଡଲାର।
ହାନି ଏଲ୍‌ ବିହେୟାରୀ ଓ୍ବେଡିଂ ଗାଉନ୍‌: ୧୫ ମିଲିୟନ ଡଲାରର ଏହି ଗାଉନ୍‌ରେ ଷ୍ଟାର ପାଟର୍ନର ଏକ ଓଢ଼ଣା ଓ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ତଳଭାଗ ରହିଛି। ଶହ ଶହ ହୀରା ଓ ଦାମୀ ଷ୍ଟୋନ ଖଚିତ ଏହି ଗାଉନ୍‌ ଲାଗେ ବେଶ୍‌ ଆକର୍ଷକ। ଇଜିପ୍ଟର ଫ୍ୟାଶନ ଡିଜାଇନର୍‌ ହାନି ଏଲ ବିହେୟାରୀ ଏହାକୁ ଡିଜାଇନ୍‌ କରିଛନ୍ତି। ଏହାକୁ ତିଆରି କରିବା ଲାଗି ତାଙ୍କୁ ୮୦୦ ଘଣ୍ଟା ସମୟ ଲାଗିଥିଲା।
ଦି ଡାଇମଣ୍ଡ ଓ୍ବେଡିଂ ଗାଉନ୍‌: ଜୁଏଲର୍‌ ମାର୍ଟିନ କାଜ୍‌ ଓ ଡିଜାଇନର୍‌ ରେନି ଷ୍ଟ୍ରସ୍‌ଙ୍କ ଦ୍ୱାରା ତିଆରି ଏହି ସୁନ୍ଦର ଓ୍ବେଡିଂ ଗାଉନ୍‌କୁ ସବୁ ଝିଅ ଚାହିଁବେ ନିଜର ସ୍ପେଶାଲ ଡେ’ ତଥା ବିବାହ ଅବସରରେ ପିନ୍ଧିବାକୁ। ଓପୁଲେଣ୍ଟ ସିଲ୍କରେ ତିଆରି ଉକ୍ତ ଗାଉନ୍‌ରେ ଲାଗିଛି ୧୫୦ କ୍ୟାରେଟ୍‌ର ହୀରା। ଯାହା ଗାଉନ୍‌କୁ କରାଏ ଆକର୍ଷକ। ଏହାକୁ ଏଭଳି ତିଆରି କରାଯାଇଛି ଯେ, କନିଆ ଗାଉନଟିକୁ ପିନ୍ଧି ଗଲାବେଳେ ହୀରାଗୁଡ଼ିକ ଲାଇଟ୍‌କୁ କ୍ୟାପଚର୍‌ କରି ଏତେ ଚମକ୍‌ଦାର ଓ ଆକର୍ଷକ ଦେଖାଯାଏ ଯେ ଆଖି ଝଲସି ଉଠିବ। ଏହାର ମୂଲ୍ୟ ୧୨ ମିଲିୟନ ଡଲାର ରହିଛି।
ୟୁମି କାତ୍‌ସୁରା ହ୍ବାଇଟ୍‌ ଗୋଲ୍‌ଡ ଗାଉନ୍‌: ଏହି ବ୍ରାଇଡାଲ ଗାଉନ୍‌କୁ ତିଆରି କରିଛନ୍ତି ଜାପାନର ବହୁ ପ୍ରସିଦ୍ଧ ଡିଜାଇନର୍‌ ୟୁମି କାତ୍‌ସୁରା। ସିଲ୍କ, ସାଟିନ୍‌ କପଡ଼ାରେ ପ୍ରସ୍ତୁତ ଏହି ଗାଉନ୍‌ରେ ଜରି ଏମ୍ବ୍ରୋଏଡୋରି କାମ ହେବା ସହ ଏଥିରେ ୧୦୦୦ ମୋତି, ୮.୮ କ୍ୟାରେଟ୍‌ର ଏକ ସବୁଜ ହୀରା ଓ ୫ କ୍ୟାରେଟ୍‌ର ହ୍ବାଇଟ୍‌ ଗୋଲ୍ଡ ଡାଇମଣ୍ଡ ଖଚିତ ହୋଇଛି। ଏହାର ମୂଲ୍ୟ ହେଉଛି ୮.୩ ମିଲିୟନ ଡଲାର।
ଭେରା ଓ୍ବାଙ୍ଗ ଗାଉନ୍‌: ହ୍ବାଇଟ୍‌ ଲେସ୍‌ ଓ ରଫଲ୍‌କୁ ଭଲ ପାଉଥିବା ଡିଜାଇନର୍‌ ଭେରା ଓ୍ବାଙ୍ଗ କିଛି ନୂଆ ଢଙ୍ଗରେ ଏହି ଗାଉନ୍‌କୁ ତିଆରି କରିବାକୁ ଚେଷ୍ଟା କରିଥିଲେ। ଶେଷରେ ସେ ସବୁ ଓ୍ବେଡିଂ ଗାଉନ୍‌ଠାରୁ ଭିନ୍ନ ଓ ବେଶ୍‌ ଆକର୍ଷକ ଗାଉନ୍‌ ତିଆରି କଲେ। ଯେଉଁଥିରେ ସେ ଖଚିତ କଲେ ୨୦୦୦ରୁ ଊର୍ଦ୍ଧ୍ୱ ମୟୂର ପୁଚ୍ଛ। ଚାଇନା, ନାନଜିନ୍‌ସ୍ଥ ଏକ ଓ୍ବେଡିଂ ଏକ୍ସପୋ ପାଇଁ ସେ ଏହାକୁ ତିଆରି କରିଥିଲେ। ୮ ଜଣ କାରିଗର ଲାଗିଥିଲେ ଏହି ଗାଉନ୍‌ରେ ମୟୂର ପୁଚ୍ଛ ସିଲେଇ କରିବା ପାଇଁ। ଏହି ଗାଉନ୍‌ର ମୂଲ୍ୟ ହେଉଛି ୨ ମିଲିୟନ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri