ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼: ୧ ଏପ୍ରିଲରୁ ୯୦୦ ଔଷଧ ଦାମ୍‌ ବଢ଼ିବ…

ନୂଆଦିଲ୍ଲୀ,୨୯।୩ : ଏପ୍ରିଲ ୧ରୁ ଦେଶରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଲୋକଙ୍କୁ ବର୍ତ୍ତମାନ ଅନେକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧିର ସମ୍ମୁୂଖୀନ ହେବାକୁ ପଡ଼ିବ। ଏବେ ଔଷଧ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ଏପ୍ରିଲ ୧ ରୁ ଆଣ୍ଟିବାୟୋଟିକ ସମେତ ବହୁ ଔଷଧର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧୨ ପ୍ରତିଶତ ବୃଦ୍ଧି ସ୍ଥିର ହୋଇଛି।

ପେନ କିଲର, ଆଣ୍ଟି-ଇନଫେକ୍ସନ ଏବଂ ହୃଦ ରୋଗ ପାଇଁ ଥିବା ଅତ୍ୟାବଶ୍ୟକ ଔଷଧ ଠାରୁ ଆରମ୍ଭ କରି ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ ୯୦୦ ଔଷଧର ମୂଲ୍ୟ ବଢ଼ିବ। ବାର୍ଷିକ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ର ପରିବର୍ତ୍ତନ ଅନୁଯାୟୀ ଔଷଧ କମ୍ପାନୀଗୁଡ଼ିକୁ ଔଷଧ ମୂଲ୍ୟ ବୃଦ୍ଧି କରିବାକୁ ସରକାର ଅନୁମତି ଦେଇଛନ୍ତି। ଫଳରେ ଏଣିକି ସାଧାରଣ ଜ୍ୱର ଏବଂ ଯନ୍ତ୍ରଣା ପାଇଁ ବ୍ୟବହୃତ ହେଉଥିବା ପାରାସିଟାମୋଲର କିଣିବାକୁଚ ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ହେବ।

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଦେଶରେ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବଢ଼ିବାକୁ ଯାଉଛି। ପୂର୍ବ କ୍ୟାଲେଣ୍ଡର ବର୍ଷର ବାର୍ଷିକ ହୋଲସେଲ ମୂଲ୍ୟ ସୂଚକାଙ୍କ ଅନୁଯାୟୀ ଔଷଧ ମୂଲ୍ୟ ନିୟନ୍ତ୍ରକ ନ୍ୟାଶନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ)କୁ ପ୍ରତିବର୍ଷ ଏପ୍ରିଲ ୧ କିମ୍ବା ପୂର୍ବରୁ ଧାର୍ଯ୍ୟ ଔଷଧର ମୂଲ୍ୟ ସଂଶୋଧନ କିମ୍ବା ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି। ଅନୁସୂଚିତ ଡ୍ରଗ ମୂଲ୍ୟ ନିୟନ୍ତ୍ରଣ ଅର୍ଡର ୨୦୧୩ର ଧାରା ୧୬ ପୁନର୍ବିଚାର ଏବଂ ବୃଦ୍ଧି ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି।

Share