ଲଣ୍ଡନ: ଅଳିଆ ବିକ୍ରି କରୁଥିବା ଜଣେ ବ୍ୟକ୍ତି ନିକଟରେ କିଛି ଦାମୀ ଜିନିଷ ପାଇଥିବା ଜଣାପଡ଼ିଛି। ଯାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରିଟେନ୍ର କେଣ୍ଟ୍ରେ ରହୁଥିବା ୪୭ ବର୍ଷୀୟ ମାର୍ଟିନ୍ ଛୋଟବେଳୁ ଅଳିଆ ଉଠାଇ ତାକୁ ନବୀକରଣ ପାଇଁ ବିକ୍ରି କରୁଥିଲେ। ପରେ ଏହି କାମ ତାଙ୍କ ପେସା ପାଲଟିଗଲା। ତାକୁ ବିକି ପରିବାର ଚଳାଉଛନ୍ତି। ସେ ବର୍ତ୍ତମାନ ସପ୍ତାହକୁ ୨୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କହିଛନ୍ତି। ଆଗରୁ ତାଙ୍କୁ ଅଳିଆରୁ ମୂଲ୍ୟବାନ୍ ଜିନିଷ ମିଳିଥିଲା। ହେଲେ ଏଥର ଯାହା ମିଳିଥିଲା, ତାକୁ ଦେଖି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଳିଆ ଭିତରୁ ମାର୍ଟିନ୍ଙ୍କୁ ଏକ କମ୍ପାନୀର ଦାମୀ ଜୋତା, ଆଇ ଫୋନ ସହ ଦାମୀ ବ୍ୟୁଟି ସାମଗ୍ରୀ ମିଳିଥିଲା। ଯାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।