ରାସ୍ତାରୁ ପାଇଥିଲେ ଦାମୀ ମୋବାଇଲ ଶେଷରେ…

ଉମରକୋଟ, ୨୧।୧୦(ସନ୍ତୋଷ ଶତପଥୀ): ଏବେ ମଧ୍ୟ ମଣିଷ ପାଖରେ ମାନବିକତା ଲୋପ ପାଇନାହିଁ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ଥାନାର ହୋମଗାର୍ଡ ଯୁଗସାଇ ଭତ୍ରା। ଯୁଗସାଇ ଡ୍ୟୁଟି କରିବାବେଳେ ଏକ ମୋବାଇଲ ପାଇ ତାହାକୁ ଫେରାଇ ଦେଇଛନ୍ତି।
ସୂଚନାନୁଯାୟୀ, ଯୁଗସାଇ ଉମରକୋଟ ସହରର ଝରିଗାଁ ରୋଡ୍‌ ଛକରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ। ଦୁର୍ଗାପୂଜା ଯୋଗୁ ଗହଳି ଥିବାବେଳେ ସା ପ୍ରାୟ ୪ଟାରେ ସେ ଏକ ଦାମୀ ମୋବାଇଲ ପାଇଥିଲେ। ସେ ଉକ୍ତ ମୋବାଇଲକୁ ଫେରାଇବାକୁ ଛକରେ ଅପେକ୍ଷା କରି ରହିଥିଲେ। ସଂଧ୍ୟା ୬.୩୦ରେ ହଜି ଯାଇଥିବା ମୋବାଇଲ ଖୋଜି ଝରିଗାଁର ବ୍ୟବସାୟୀ କାଳୁ ଅଗ୍ରଓ୍ବାଲ ସେଠାରେ ପହଞ୍ଚି ଥିଲେ। କାଳୁ ଫୋନ୍‌ରେ ଝରିଗାଁ ଥାନାକୁ ମୋବାଇଲ ହଜି ଯାଇଥିବା କଥା ଜଣାଇଥିଲେ। ଯୁଗସାଇ ଝରିଗାଁ ଥାନାକୁ ଜଣାଇ ବ୍ୟବସାୟୀଙ୍କୁ ମୋବାଇଲ ଫେରାଇ ଦେଇଥିଲେ। ମୋବାଇଲ ପାଇ ବ୍ୟବସାୟୀ ଜଣଙ୍କ ଖୁସି ପ୍ରକଟ କରିଥିଲେ। ହୋମ୍‌ଗାର୍ଡଙ୍କ ଏପରି ବଦନ୍ୟତା ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।

Share