ଗ୍ରାଫ୍ ଭନ୍ ଫେବର-କାଷ୍ଟେଲ ପରଫେକ୍ଟ ପେନ୍ସିଲ୍କୁ ଦୁନିଆର ସବୁଠାରୁ ଦାମୀ ପେନ୍ସିଲ୍ ଭାବେ ବିବେଚନା କରାଯାଇଥାଏ। କାରଣ ଏହି ପେନ୍ସିଲ୍ର ଉପର କୋଟ୍ଟି ପ୍ରାୟ ୨୪୦ ବର୍ଷର ପୁରୁଣା ଏକ ଅଲିଭ୍ ଗଛର କାଠରେ ତିଆରି। ତା’ସହିତ ଏହାକୁ ୧୮ କ୍ୟାରେଟ୍ ହ୍ବାଇଟ୍ ଗୋଲ୍ଡରେ ଡେକୋରେଟ୍ ବି କରାଯାଇଛି। କେବଳ ସେତିକି ନୁହେଁ ଉକ୍ତ ପେନ୍ସିଲ୍ରେ ଏକ ସ୍ବତନ୍ତ୍ର ଡିଜାଇନ୍ର କ୍ୟାପ୍ ମଧ୍ୟ ରହିଛି, ଯାହାର ଉପରି ଭାଗରେ ତିନୋଟି ଛୋଟ ଛୋଟ ହୀରା ଲାଗିଛି। ଏଥିସହିତ ଏହି କ୍ୟାପ୍ରେ ପେନ୍ସିଲ୍କୁ କାଟିବା ପାଇଁ କଟର୍ର ସୁବିଧା ଥିଲାବେଳେ ପେନ୍ସିଲ୍ର ପଛପଟେ ପେନ୍ସିଲ୍ର ଲେଖାକୁ ଲିଭାଇବା ପାଇଁ ରବରର ବ୍ୟବସ୍ଥା ମଧ୍ୟ ରହିଛି। ସେଥିପାଇଁ ଏହି ପେନ୍ସିଲ୍ଟିର ଦାମ୍ ପ୍ରାୟ ୧୨,୮୦୦ ଡଲାର୍ ରଖାଯାଇଛି।