Categories: ଫୁରସତ

ମହଙ୍ଗା ଗୋଲାପ

ବୃସେଲ୍‌ସ: ଦୁନିଆରେ ଅନେକ ପ୍ରକାର ଗୋଲାପ ଫୁଲ ରହିଛି। ତା’ ଭିତରୁ ଆମ ମନ ପସନ୍ଦର ଗୋଲାପକୁ ଆମେ କିଣିଥାଉ। ହେଲେ ଏପରି ଏକ ଗୋଲାପ ରହିଛି, ଯାହାକୁ କିଣିବାକୁ ହେଲେ କୋଟିପତି ହେବା ଜରୁରୀ ।
କାରଣ ଏହି ଗୋଲାପର ମୂଲ୍ୟ ବହୁତ ଅଧିକ, ଯାହାକୁ କେବଳ କୋଟିପତି ଲୋକ ହିଁ କିଣିପାରିବେ। ତାହା ହେଉଛି, ଜୁଲିଏଟ୍‌ ରୋଜ୍‌। ଏହି ଗୋଲାପ ବହୁତ ଖାସ୍‌ । ରିପୋର୍ଟ ମୁତାବକ, ଜୁଲିଏଟ୍‌ ରୋଜ୍‌ର ମୂଲ୍ୟ ୧୩୦ କୋଟି ଟଙ୍କା। ଏହା ମହଙ୍ଗା ହେବାର କାରଣ ରହିଛି। ପ୍ରଥମ ଥର ପାଇଁ ଏହି ଗୋଲାପ ୨୦୦୬ରେ ଫୁଟିଥିଲା। ୟୁରୋପର ଡେଭିଡ୍‌ ଅଷ୍ଟିନ ଅନେକ ପରୀକ୍ଷା ନିରୀକ୍ଷା ପରେ ଏହି ଗୋଲାପର ଉଦ୍ଭାବନ କରିଥିଲେ। ଏହି ଗୋଲାପକୁ ଫୁଟିବାକୁ ୧୫ ବର୍ଷ ସମୟ ଲାଗିଥାଏ। ଏହା ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ। ଏତେ ବର୍ଷ ପର୍ଯ୍ୟନ୍ତ ଏହି ଗଛର ଯତ୍ନ ନେବା ପରେ ଯାଇ ତାହା ଫୁଟିଥାଏ। ସେଥିପାଇଁ ଏହା ଅତ୍ୟନ୍ତ ମହଙ୍ଗା। ୨୦୦୬ରେ ଏହାର ମୂଲ୍ୟ ୯୦ କୋଟି ଥିଲା। ହେଲେ ଏବେ ଏହାର ମୂଲ୍ୟ ୧୩୦ କୋଟିରେ ପହଞ୍ଚିଛି।

Share