ଭାରତ ପାଇଁ ମହଙ୍ଗା ରୁଷିଆ ସାର

ମୁମ୍ବାଇ/ଲଣ୍ଡନ୍‌/ମସ୍କୋ,୧୩ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତ ଭଳି କୃଷି ପ୍ରଧାନ ଦେଶରେ ଚାଷକାର୍ଯ୍ୟ ପାଇଁ ସାର ଅପରିହାର୍ଯ୍ୟ। କିନ୍ତୁ ଦେଶରେ ଆବଶ୍ୟକ ପରିମାଣର ସାର ଉତ୍ପାଦନ ହେଉ ନ ଥିବାରୁ ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ। ଗତବର୍ଷ ରୁଷିଆରୁ ସର୍ବାଧିକ ସାର ଆମଦାନୀ କରିଥିବା ଦେଶ ହେଉଛି ଭାରତ। ରସାୟନ ଶିଳ୍ପ ଓ ସାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ମାର୍ଚ୍ଚରେ ଶେଷ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷରେ ରୁଷିଆରୁ ଭାରତର ସାର ଆମଦାନୀ ୨୪୬% ବୃଦ୍ଧି ପାଇ ୪୩ ନିୟୁତ ଟନ୍‌ରେ ପହଞ୍ଚତ୍ଥିଲା। ୟୁକ୍ରେନ୍‌ ଆକ୍ରମଣ ପରେ ରୁଷିଆରେ ସୃଷ୍ଟି ହୋଇଥିବା ଆର୍ଥିକ ଅଚଳାବସ୍ଥା ମଧ୍ୟରେ ଭାରତ ଆମଦାନୀ କରୁଥିବା କ୍ରୁଡ୍‌ ଅଏଲ୍‌ ଏବଂ ସାର ମସ୍କୋ ପାଇଁ ଇନ୍ଧନ ସାଜିଥିଲା। କିନ୍ତୁ ଏବେ ବିଶ୍ୱ ବଜାରରେ ସାର ଯୋଗାଣ ପ୍ରଭାବିତ ହୋଇଥିବା ଦର୍ଶାଇ ସେହି କମ୍ପାନୀଗୁଡ଼ିକ ରିହାତି ମୂଲ୍ୟରେ ଆଉ ଦେଇହେବ ନାହିଁ ବୋଲି କୁଣ୍ଠା ପ୍ରକାଶ କରିଛନ୍ତି। ଫଳରେ ଭାରତୀୟ କମ୍ପାନୀଗୁଡ଼ିକ ଏଣିକି ଡାଇ-ଆମୋନିୟମ୍‌ ଫସ୍‌ଫେଟ୍‌ (ଡିଏପି), ୟୁରିଆ ଏବଂ ନାଇଟ୍ରୋଜେନ୍‌, ଫସ୍‌ଫରସ୍‌, ପୋଟାସିୟମ୍‌ (ଏନ୍‌ପିକେ) ସମେତ ଅନ୍ୟ ସାରଗୁଡ଼ିକ ଚଢ଼ା ଦରରେ କିଣିବାକୁ ବାଧ୍ୟହେବେ।
ଭାରତୀୟ ବଜାରରେ କାରବାର କରୁଥିବା କମ୍ପାନୀଗୁଡ଼ିକୁ ପୂର୍ବରୁ ରୁଷୀୟ କମ୍ପାନୀଗୁଡ଼ିକ ଡିଏପି ଟନ୍‌ ପିଛା ୮୦ ଆମେରିକୀୟ ଡଲାର ରିହାତିରେ ସାର ଦେଉଥିଲେ। କିଛିଦିନ ପୂର୍ବେ ଜି୨୦ ସମ୍ମିଳନୀରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦାକରି ପ୍ରସ୍ତାବ ଅଣାଯିବ ବୋଲି ଆମେରିକା ଓ ବ୍ରିଟେନ୍‌ ସମେତ ଆଉ କେତେକ ଦେଶ ଆଶା କରୁଥିଲେ। ସେତେବେଳେ ଭାରତର ଆଭିମୁଖ୍ୟକୁ ରୁଷିଆ ମଧ୍ୟ ଅପେକ୍ଷା କରିଥିଲା। ତେବେ ‘ନୂଆଦିଲ୍ଲୀ ଘୋଷଣାନାମା’ରେ ୟୁକ୍ରେନ୍‌ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗ କିମ୍ବା ବ୍ୟବହାର ନେଇ ଧମକ ଦେବା ଗ୍ରହଣଯୋଗ୍ୟ ନୁହେଁ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ପ୍ରତ୍ୟକ୍ଷ ଭାବେ ରୁଷିଆର ଆକ୍ରମଣକୁ ନିନ୍ଦା କରାଯାଇ ନାହିଁ। ଭାରତ ମଧ୍ୟମପନ୍ଥୀ କୂଟନୀତି ଆପଣାଇ ଡିକ୍ଲାରେଶନ୍‌ରେ ଏଭଳି ଭାଷା ବ୍ୟବହାର କରିଛି, ଯଦ୍ଦ୍ବାରା ବାଡ଼ି ଭାଙ୍ଗିବ ନାହିଁ କି ସାପ ମରିବ ନାହିଁ। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ ଉକ୍ତ ଘୋଷଣାନାମାକୁ ନୂଆଦିଲ୍ଲୀରେ ପ୍ରଶଂସା କରି ମସ୍କୋ ଯିବା ପରେ ଭାରତକୁ ରପ୍ତାନି କରାଯାଉଥିବା ସାର ମୂଲ୍ୟ ହଠାତ୍‌ ବଢ଼ିଯାଇଛି। ଏହାକୁ ଲାଭ୍ରୋଭ୍‌ଙ୍କ ‘ନାଇଟ୍ରୋଜେନ୍‌ ଡିପ୍ଲୋମାସି’ କୁହାଯାଉଛି।
ପୂର୍ବରୁ ୮୦ ଡଲାର ରିହାତି ଦେଉଥିବା ରୁଷୀୟ କମ୍ପାନୀଗୁଡ଼ିକ ଏବେ ୫ ଡଲାର ଛାଡ଼ିବାକୁ ମଧ୍ୟ ମଙ୍ଗୁନାହାନ୍ତି। ଫଳରେ ଜୁଲାଇରେ ରୁଷିଆରୁ ଟନ୍‌ ପିଛା ୪୪୦ ଡଲାରରେ ମିଳୁଥିବା ଡିଏପି ବର୍ତ୍ତମାନ ଭାରତୀୟ କ୍ରେତାମାନଙ୍କ ପାଇଁ ୫୭୦ ଡଲାରରେ ପହଞ୍ଚତ୍ଛି। ମୁମ୍ବାଇସ୍ଥିତ ଏକ ସାର କମ୍ପାନୀର ଜଣେ ଅଧିକାରୀଙ୍କ କହିବା ହେଲା, ବିଶ୍ୱ ବଜାରରେ ଗତ ୨ ମାସ ହେଲା ସାର ଦାମ୍‌ ବଢ଼ିବାରେ ଲାଗିଛି। ଆସନ୍ତା ଶୀତଋତୁରେ ଗହମ ଚାଷ ଲାଗି ଡିଏପି ଚାହିଦା ବଢ଼ିଲେ ପର୍ପ୍ୟାପ୍ତ ପରିମାଣର ସାର ମହଜୁଦ ରଖିବା ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ହୋଇଯିବ। ଗତ ଜୁଲାଇରେ ବୈଶ୍ୱିକ ଯୋଗାଣକାରୀମାନେ ୟୁରିଆ ଟନ୍‌ ପିଛା ପ୍ରାୟ ୩୦୦ ଡଲାରରେ ଦେଉଥିଲେ। କିନ୍ତୁ ସେମାନେ ଏବେ ଟନ୍‌ ପ୍ରତି ୪୦୦ ଡଲାର ଦାବି କରୁଛନ୍ତି। ଅନ୍ୟପକ୍ଷେ ଏସିଆର ଅନ୍ୟ କମ୍ପାନୀଗୁଡ଼ିକୁ ମଧ୍ୟ ଏହି ଦରରେ ଡିଏପି ଯୋଗାଇ ଦିଆଯାଉଥିବା ଜଣେ ରୁଷୀୟ ଅଧିକାରୀ କହିଛନ୍ତି। ଅର୍ଥାତ୍‌ ଭାରତ ପାଇଁ କୌଣସି ସ୍ବତନ୍ତ୍ର ଦର ନିର୍ଦ୍ଧାରିତ ହୋଇନାହିଁ। ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍‌ ଏବଂ ଓଡ଼ିଶା ବିଧାନସଭା ଭୋଟ ସମେତ ଲୋକ ସଭା ନିର୍ବାଚନ ପୂର୍ବରୁ ସାର ମୂଲ୍ୟରେ ବୃଦ୍ଧି ଭାଜପାକୁ ଅଡ଼ୁଆରେ ପକାଇପାରେ। ଏବେ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିକଟରେ ସାର ଉପରେ ସବ୍‌ସିଡି ଦେବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri