ଦାମୀ ଘଣ୍ଟା ପିନ୍ଧିବା ଅନେକଙ୍କର ସଉକ ଥାଏ। ଏହାବାଦ୍ ବିଭିନ୍ନ ପ୍ରକାର ଘଣ୍ଟାର ସଂଗ୍ରହ ବି ଅନେକେ କରନ୍ତି। କିନ୍ତୁ ଏଠି ଯେଉଁ ଘଣ୍ଟା ସମ୍ପର୍କରେ କହୁଛୁ ତାକୁ ପାଇବା ସାତ ସପନ। କାରଣ ଏହାର ମୂଲ୍ୟ ହେଉଛି ୫୫ ମିଲିୟନ୍ ଡଲାର। ସୁନ୍ଦର ଓ ବିରଳ ରଙ୍ଗିନ୍ ହୀରାରେ ଖଚିତ ଏହି ଘଣ୍ଟାକୁ ପ୍ରଥମ ନଜରରେ ହିଁ ଯେକେହି ଭଲ ପାଇ ବସିବେ। ୧୧୦ କ୍ୟାରେଟ୍ର ବିରଳ ରଙ୍ଗିନ ହୀରାରେ ତିଆରି ଏହି ଘଣ୍ଟା ଦେଖିବାକୁ ଏକ ଆକର୍ଷକ ଗହଣା ପରି। ଗ୍ରାଫ ଡାଇମଣ୍ଡ୍ସର ଲରେନ୍ସ ଗ୍ରାଫ୍ ଏହାକୁ ତିଆରି କରିଛନ୍ତି। ଏହା ଗ୍ରାଫ୍ ଡାଇମଣ୍ଡସ୍ ହାଲୁସିନେସନ୍ ନାମରେ ପରିଚିତ। ଉକ୍ତ ଘଣ୍ଟାକୁ ପୃଥିବୀର ସବୁଠାରୁ ଦାମୀ ଘଣ୍ଟାଭାବେ ମଧ୍ୟ ଗଣନା କରାଯାଏ।