ବେଙ୍ଗାଲୁରୁ,୨୪ ।୧୨: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଏପଟେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଇତିମଧ୍ୟରେ ଟାଟା ଇନଷ୍ଟିଚ୍ୟୁଟ ଫର ଜେନୋଟିକ୍ସ ଆଣ୍ଡ ସୋସାଇଟି(ବେଙ୍ଗାଲୁରୁ)ର ଜଣେ ବିଶେଷଜ୍ଞ ଶୁକ୍ରବାର କହିଛନ୍ତି ଭାରତୀୟ ଲୋକଙ୍କ ନିକଟରେ ହାଇବ୍ରିଡ ଇମ୍ୟୁନିଟି ଥିବାରୁ ସବ ଭାରିଏଣ୍ଟର କୌଣସି ବଡ ପ୍ରଭାବ ଭାରତରେ ଦେଖିବାକୁ ମିଳିବ ନାହିଁ ।
ହେଲେ ବିଶେଷଜ୍ଞ କହିଛନ୍ତି ଲୋକେ ସାବଧାନ ରହିବା ଜରୁରୀ । କାରଣ ଭାଇରସର ପ୍ରକୋପ ପାଇଁ ଏକମାତ୍ର ଟୁଲ ହେଉଛି ମ୍ୟୁଟେଶନ । ଟାଟା ଇନଷ୍ଟିଚ୍ୟୁଟ ଫର ଜେନେଟିକ୍ସ ଆଣ୍ଡ ସୋସାଇଟିର ନିର୍ଦ୍ଦେଶକ ଡା. ରାକେଶ ମିଶ୍ରା କହିଛନ୍ତି’ ଏସବୁ ହେଉଛି ଓମିକ୍ରନର ସବ ଭାରିଏଣ୍ଟ ଏହା ସଂକ୍ରମଣ ମାମଲାରେ ଶକ୍ତିଶାଳୀ ।