Categories: ଖେଳ

ପାକିସ୍ତାନ କ’ଣ ଏବେ ବି ସେମିଫାଇନାଲରେ ପହଞ୍ଚିପାରିବ? ଜାଣନ୍ତୁ ବିଶ୍ୱକପ୍‌ର ସମୀକରଣ…

ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନର ସେମିଫାଇନାଲରେ ପହଞ୍ଚିବାର ରାସ୍ତା କଠିନ ହେବାରେ ଲାଗିଛି। ସେମବାର ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଦଳର ଅଡ଼ୁଆ ବଢ଼ିଛି। ଦଳ ଏବେ ପଏଣ୍ଟ ତାଲିକାର ୫ମ ସ୍ଥାନରେ ପହଞ୍ଚିଛି। ଏଯାବତ ପାକିସ୍ତାନ କେବଳ ୨ ମ୍ୟାଚ୍‌ ଜିତିଥିବା ବେଳେ ୪ ପଏଣ୍ଟ ପାଇଛି।

ବିଶ୍ୱକପ୍‌ର ସେମିଫାଇନାଲରେ ସହଜରେ ପହଞ୍ଚିବା ଲାଗି ଦଳକୁ ୧୪ ପଏଣ୍ଟର ଆବଶ୍ୟକତା ଥିଲା। ଏଭଳି ସ୍ଥିତିରେ ମାତ୍ର ୪ ମ୍ୟାଚ ବାକି ରହିଛି। ଯଦି ସବୁଥିରେ ପାକିସ୍ତାନ ବିଜେତା ହୁଏ ତେବେ ମୋଟ ପଏଣ୍ଟ ୧୨ ହେବ। ଏହାକୁ ଦେଖିଲେ ଦଳର ଭାଗ୍ୟ ୪ର୍ଥ ସ୍ଥାନରେ ରହିଥିବା ଦଳ ଉପରେ ନିର୍ଭର କରିବ ବୋଲି କୁହାଯାଉଛି। ଯଦି ପାକିସ୍ତାନ ବାକିଥିବା ୪ ମ୍ୟାଚ୍‌ ଭଲ ନେଟ୍‌ ରନ୍‌ରେଟ୍‌ ସହ ଜିତିଯାଏ ତେବେ ୧୨ ପଏଣ୍ଟ ହେବ। ୪ର୍ଥ ସ୍ଥାନରେ ଥିବା ଟିମ୍‌ ମ୍ୟାଚ୍‌ ହାରିଗଲେ ନଚେତ ୩ରୁ ଅଧିକ ଟିମ୍‌ର ୧୪ ପଏଣ୍ଟ ହେଲେ ନେଟ୍‌ ରନ୍‌ରେଟ ହିସାବରେ ଦଳ ସେମିଫାଇଲ ଟିକେଟ ହାସଲ କରିପାରେ।

ପ୍ରକାଶ ଯେ, ଅକ୍ଟୋବର ୨୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ଆଗାମୀ ମ୍ୟାଚ୍‌ ଖେଳିବ। ଏହାପରେ ଅକ୍ଟୋବର ୩୧ରେ ଦଳ ବାଲାଂଦେଶ, ନଭେମ୍ବର ୪ରେ ନ୍ୟୁଜିଲାଣ୍ଡ, ନଭେମ୍ବର ୧୧ରେ ଇଂଲଣ୍ଡ ସହ ମୁହାଁମୁହିଁ ହେବ।

Share