Budget 2024: ଯେତେବେଳେ ମୋଦି ସରକାରରେ ପରିବର୍ତ୍ତନ ହୋଇଥିଲା ବଜେଟର ୯୨ବର୍ଷର ପରମ୍ପରା, ତାହା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟକାଳର ଷଷ୍ଠ ଥର ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ସଂସଦରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଉଛି। ସୀତାରମଣ ଗୁରୁବାର ଦିନ ୧୧ଟାରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ସଂସଦରେ ପହଞ୍ଚିଛନ୍ତି। ବର୍ତ୍ତମାନ ସଂସଦ ପରିସରରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ଏହି କାମଚଳା ବଜେଟ୍‌କୁ ଅନୁମୋଦନ ଦିଆଯାଇଛି। ଅନୁମୋଦନ ପାଇବା ପରେ ତାହା ସଂସଦରେ ଉପସ୍ଥାପନ ହେବ।

ତେବେ ଭାରତୀୟ ବଜେଟ୍‌ ଇତିହାସରେ ନଜର ପକାଇଲେ ମୋଦି ସରକାରଙ୍କ ଦୁଇଟି କାର୍ଯ୍ୟକାଳରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୋଦି ସରକାର ବଜେଟ୍‌ ସହ ଜଡିତ ୯୨ବର୍ଷ ପୁରୁଣା ପରମ୍ପରାକୁ ତାଙ୍କ କାର୍ଯ୍ୟକାଳରେ ପରିବର୍ତ୍ତନ କରିଛନ୍ତି।

୨୦୨୪ ନିର୍ବାଚନୀ ବର୍ଷ ଯୋଗୁ ପେବୃଆରୀ ୧ ପୂର୍ଣ୍ଣକାଳୀନ ବଜେଟ୍‌ ପରିବର୍ତ୍ତେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଉଛି। ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଏହା ଶେଷ ବଜେଟ୍‌ ହୋଇଥିବାରୁ ଅନେକ ବଡ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟ ସେକ୍ଟର ବ୍ୟତୀତ ଏଥିରେ ରେଲଓ୍ବେ ସମ୍ବନ୍ଧିତ ଘୋଷଣା ହେବ। କହି ରଖୁଛୁ କି, ପୂର୍ବରୁ ରେଲଓ୍ବେ ବଜେଟ୍‌ ଓ ପୂର୍ଣ୍ଣକାଳୀନ ବଜେଟ୍‌ ଅଲଗା ଅଲଗା ଉପସ୍ଥାପନ କରାଯାଉଥିଲା। କିନ୍ତୁ ୨୦୧୭ରୁ ମୋଦି ସରକାର ୟୁନିୟନ ବଜେଟର ଘୋଷଣା କରିଥିଲେ। ଯେଉଁଥିରେ ପୂର୍ଣ୍ଣକାଳୀନ ବଜେଟ ସହ ରେଲଓ୍ବେ ବଜେଟ ଏକକାଳୀନ ଉପସ୍ଥାପନ କରାଯାଇଆସୁଛି।

ସାଧାରଣ ବଜେଟରେ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ପ୍ରତିରକ୍ଷା ଓ ଦେଶର ଆର୍ଥିକ ବିକାଶ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରୁଥିବାବେଳେ ରେଲଓ୍ବେ ସମ୍ପନ୍ଧିତ ଘୋଷଣାକୁ ଆଉ ଏକ ଦିନ ରେଲଓ୍ବେ ବଜେଟରେ ଉପସ୍ଥାପନ କରାଯାଉଥିଲା। କିନ୍ତୁ ୨୦୧୭ ପରଠାରୁ ଏହି ପରମ୍ପରାକୁ ପରିବର୍ତ୍ତନ କରାଯାଇଁ ଏକକାଳୀନ ବଜେଟ ଉପସ୍ଥାପନ କରାଗଲା।
ରେଲଓ୍ବେ ବଜେଟ ପ୍ରଥମ ଥର ୧୯୨୪ରେ ବିଟ୍ରିଶ ଶାସନ ସମୟରେ ଉପସ୍ଥାପନ କରାଯାଇଥିଲା। ଏହାପରେ ଲଗାତାର ପ୍ରତିବର୍ଷ ସାଧାରଣ ବଜେଟର ଗୋଟିଏ ଦିନ ପୂର୍ବରୁ ରେଲଓ୍ବେ ବଜେଟ ଉପସ୍ଥାପନର ପରମ୍ପରା ଚାଲିଆସୁଥିଲା।

ଏହି ୯୨ବର୍ଷର ପରମ୍ପରା ପରିବର୍ତ୍ତନ କରିବା ପରେ ପ୍ରଥମ ସାଧାରଣ ପୂର୍ଣ୍ଣକାଳୀନ ବଜେଟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଥିଲେ। ସେ ୨୦୧୭ରେ ସାଧାରଣ ବଜେଟ ଓ ରେଲଓ୍ବେ ବଜେଟକୁ ଏକକାଳୀନ ଉପସ୍ଥାପନ କରିଥିଲେ। ନୀତି ଆୟୋଗ ଏହି ବ୍ରିଟିଶ ଶାସନ ପରମ୍ପରାକୁ ପରିବର୍ତ୍ତନ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ। ନୀତି ଆୟୋଗରୁ ଏହି ପ୍ରସ୍ତାବ ମିଳିବା ପରେ ମୋଦି ସରକାର ଅଲଗା ଅଲଗା ଅଥୋରଟିଜରୁ ଏସମ୍ପର୍କରେ ବିଚାର ବିମର୍ଶ କରିଥିଲେ। ପରେ ଏହି ୟୁନିଅନ ବଜେଟ୍‌ ଉପସ୍ଥାପନ ନେଇ ନିଷ୍ପତ୍ତି ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ!

ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri