Categories: ଜାତୀୟ

କୃଷକଙ୍କ ପାଇଁ ଖୁସି ଖବର: ଆରମ୍ଭ ହେଲା ରେଳ ସେବା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୭।୮: ଭାରତୀୟ ରେଳ ବିଭାଗ ଶୁକ୍ରବାର କିଷାନ୍‌ ରେଳ ସେବାର ଶୁଭାରମ୍ଭ କରିଛି। ଏହି ପାର୍ଶଲ ଟ୍ରେନ୍‌ ମହାରାଷ୍ଟ୍ରର ନାସିକ ଜିଲାର ଦେଭଲାଲୀରୁ ପାଟନାର ଦାନାପୁର ମଧ୍ୟରେ ଚାଲିଛି। କିଷାନ ରେଳ ସେବା ଦ୍ୱାରା କୃଷକମାନେ ଉପକୃତ ହେବେ ବୋଲି ଜଣାପଡିଛି। ଟ୍ରେନରେ କୃଷକମାନେ ଖରାପ ହେବାକୁ ଥିବା ଜିନିଷଗୁଡିକୁ ଏହି ଟ୍ରେନ୍‌ ଯୋଗେ ସଠିକ ସମୟରେ ପହଞ୍ଚାଇ ପାରିବେ। ଏହି ଟ୍ରେନରେ କୋଲ୍ଡ ଷ୍ଟୋରେଜ୍‌ ବ୍ୟବସ୍ଥା ରହିଛି। ଏହାଦ୍ୱାରା ପନିପରିବା, ଫଳ, ମାଛ, ମାଂସ, କ୍ଷୀର ଅଧିକ ସମୟ ପର୍ଯ୍ୟନ୍ତ ତାଜା ରହିପାରିବ। ଚାଷୀମାନେ ଉପକୃତ ହେବେ। ଏହି ଟ୍ରେନ୍‌ରେ ୧୭ ଟନ୍‌ ଜିନିଷ ରହିପାରିବାର କ୍ଷମତା ରହିଛି। ଏହି କିଷାନ୍‌ ରେଳ ସପ୍ତାହରେ ଥରେ ଚାଲିବ। ଦାଭଲାଲୀରୁ ସକାଳ ୧୧ଟାରେ ବାହାରି ପରଦିନ ସନ୍ଧ୍ୟା ୬.୪୫ ପାଟନାରେ ପହଞ୍ଚିବ। ଯାତ୍ରା ମଝିରେ ୧୫ଟି ସ୍ଥାନରେ ରହିବ। ଏହି ଟ୍ରେନରେ ପାର୍ଶଲ ବୁକିଂ ପାଇଁ କୃଷକମାନେ ଳେ ଷ୍ଟେଶନ ସହ ସମ୍ପର୍କ କରିପାରିବେ। ସୂଚନାଯୋଗ୍ୟ,ଏହି ଟ୍ରେନ୍‌ ଚାଲିବା ନେଇ ଚଳିତବର୍ଷ ବଜେଟ୍‌ରେ ଘୋଷଣା କରାଯାଇଥିଲା।

Share