ଦ୍ୱୈତ ସଂସ୍କୃତିର ବ୍ୟାଖ୍ୟାକାର

ଶଙ୍କରୀ ଚନ୍ଦ୍ରନ୍‌

ଏକ ଦଶନ୍ଧି ପୂର୍ବେ ଅଷ୍ଟ୍ରେଲିଆରେ ରହୁଥିବା ଶ୍ରୀଲଙ୍କା ମୂଳବାସିନ୍ଦା ଶଙ୍କରୀ ଚନ୍ଦ୍ରନ୍‌ ତାଙ୍କ ପାଣ୍ଡୁଲିପି ଧରି ପ୍ରକାଶକଙ୍କ ପାଖକୁ ଗଲା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଷ୍ଟ୍ରେଲୀୟ ପ୍ରକାଶକ ଧରି ନେଇଥିଲେ ଶଙ୍କରୀଙ୍କ ଲେଖା ଅଷ୍ଟ୍ର୍ରେଲିଆ ଉପରେ ପର୍ଯ୍ୟବଶିତ ହୋଇ ନ ଥିବାରୁ ତାହା ସ୍ଥାନୀୟ ବଜାରରେ ଚାହିଦା ସୃଷ୍ଟି କରିପାରିବ ନାହିଁ। ଯେହେତୁ ବିକ୍ରି ସମ୍ଭାବନା କମ୍‌, ସେହେତୁ ତାଙ୍କ ପୁସ୍ତକ ପ୍ରକାଶନର ଆବଶ୍ୟକତା ନାହିଁ। ଏହି ଘଟଣା ସେତେବେଳେ ଶଙ୍କରୀଙ୍କୁ ବହୁତ ଦୁଃଖ ଦେଇଥିଲା। ହେଲେ ସେ ଭାଙ୍ଗିପଡ଼ି ନ ଥିଲେ। ବର୍ତ୍ତମାନ ସେହି ଲେଖିକା ଅଷ୍ଟ୍ରେଲିଆର ଅନ୍ୟତମ ମର୍ଯ୍ୟାଦାଜନକ ପୁରସ୍କାର ‘ଦି ମାଇଲ୍ସ ଫ୍ରାଙ୍କଲିନ୍‌ ସାହିତ୍ୟ ସମ୍ମାନ’-୨୦୨୩ ପାଇ ନିଜ ପ୍ରତିଭାକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ପୁରସ୍କାର ୧୯୫୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ବିଶିଷ୍ଟ ଲେଖକ ଷ୍ଟେଲା ମାରିଆ ସରାହ ମାଇଲ୍ସ ଫ୍ରାଙ୍କଲିନ୍‌ ଏଭଳି ଏକ ପୁରସ୍କାର ସ୍ଥାପନ କରିବା ସକାଶେ ତାଙ୍କ ଉଇଲ୍‌ରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଯେତେବେଳେ ଶଙ୍କରୀ ତାଙ୍କ କୃତି ପାଇଁ କୃତିତ୍ୱ ଅର୍ଜନ କରୁଛନ୍ତି, ସେତେବେଳେ ସେ ପୁରୁଣା ଦିନର ସ୍ମୃତି ରୋମନ୍ଥନ କରୁଛନ୍ତି। ଯେହେତୁ ସେ ଶ୍ରୀଲଙ୍କାର ମୂଳବାସିନ୍ଦା ହୋଇଥିଲେ ଅଷ୍ଟ୍ରେଲୀୟ ପ୍ରକାଶକମାନେ ତାଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖୁଥିଲେ। ହେଲେ ବାସ୍ତବତା ଦେଖିଲେ ତାଙ୍କ ପ୍ରତିଟି ଉପନ୍ୟାସରେ ଅଷ୍ଟ୍ରେଲୀୟ ବ୍ୟକ୍ତି, ପରିବେଶ ଓ ଚିନ୍ତାଧାରା ସନ୍ନିବେଶିତ ରହିଆସିଛି। ଶଙ୍କରୀଙ୍କ ଲେଖାର ବିଶେଷତ୍ୱ ହେଲା ଶ୍ରୀଲଙ୍କାର ସଂସ୍କୃତି, ଗୃହଯୁଦ୍ଧକୁ ସେ ଯେଭଳି ଭାବେ ଅନୁଭବ କରିଥିଲେ ଅଷ୍ଟ୍ରେଲିଆରେ ମଧ୍ୟ ଅନେକ ଅସଙ୍ଗତି ତାଙ୍କ ଦୃଷ୍ଟିଗୋଚର ହୋଇଛି। କହିବାକୁ ଗଲେ ତାଙ୍କ ଲେଖାରେ ଦୁଇଟି ଦେଶର ଚିତ୍ର ପ୍ରତିଫଳିତ।
‘ଚାଇ ଟାଇମ୍‌ ଆଟ୍‌ ସିନାମୋନ୍‌ ଗାର୍ଡେନ’ ପାଇଁ ଶଙ୍କରୀ ଚଳିତବର୍ଷ ‘ଦି ମାଇଲ୍ସ ଫ୍ରାଙ୍କଲିନ୍‌ ସାହିତ୍ୟ ସମ୍ମାନ’-୨୦୨୩ ପୁରସ୍କାର ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ସେହି ଦୁଇ ଦେଶ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଛି। ଏଥିରେ ପରିବାର, ସ୍ମୃତି, ସମ୍ପ୍ରଦାୟ ଓ ଜାତି ସ୍ଥାନ ପାଇଛନ୍ତି। ଏହା ଏକ ଆନ୍ତଃପିଢ଼ି ଘଟଣାସମୂହ ହୋଇଯାଇଛି, ଯେଉଁଥିରେ ବିଶେଷଭାବେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆର ଅସ୍ବାଭାବିକ ସ୍ଥିତି, ଜଟିଳ ସମୀକରଣ ଏବଂ ଉପନିବେଶବାଦର ପରବର୍ତ୍ତୀ ମାନସିକ ଧକ୍‌କାକୁ ସମୟଚକ୍ରରେ ବର୍ଣ୍ଣନା କରାଯାଇଛି। କାହାଣୀରେ ଅଷ୍ଟ୍ରେଲିଆର ପଶ୍ଚିମ ସିଡ୍‌ନୀରେ ଏକ କାଳ୍ପନିକ ନର୍ସିଂହୋମକୁ ଦେଖାଇ ଦିଆଯାଇଛି, ଯାହାର ନାମ ରଖାଯାଇଛି-ସିନାମୋନ୍‌ ଗାର୍ଡେନ୍‌ସ। ତାହା ୧୯୮୦ ମସିହାର ଆଦ୍ୟ ଭାଗରେ ତାମିଲ ସ୍ବାମୀ ଜାଖିର ଓ ସ୍ତ୍ରୀ ମାୟାଙ୍କ ଦ୍ୱାରା ଅଧିଗୃହୀତ ହୋଇଛି। ସେମାନେ ତାହାକୁ ସାଂସ୍କୃତିକ ବୈଭବଯୁକ୍ତ ଏକ ନିରାପଦ ସ୍ବର୍ଗରେ ପରିଣତ କରିଦେଇଛନ୍ତି। ସେଠାରେ ଯୋଗ, ବିଙ୍ଗୋ ନାଇଟ୍‌ସ, ବହୁବିଧ ସଂସ୍କୃତିର ଧାରାକୁ ନେଇ ପାକ୍‌ପ୍ରଣାଳୀ ଏବଂ ଆନ୍ତଃଧର୍ମ ପୂଜାପାଠ କରିବାର ବ୍ୟବସ୍ଥା ସୃଷ୍ଟି ହୋଇଛି। ଏଭଳି ଏକ ସୁନ୍ଦର ପରିକଳ୍ପନାରେ ଗଢ଼ିଉଠିଥିବା ଅଭିନବ ନର୍ସିଂହୋମ୍‌ ପ୍ରତି ଗୋରା ଗୁଣ୍ଡାଙ୍କ ନଜର ପଢ଼ିଛି। ସେଠାରେ ବର୍ଣ୍ଣବୈଷମ୍ୟ ଦେଖାଦେବା ସହ ହିଂସା ଉପୁଜିଛି। ନର୍ସିଂହୋମ୍‌ର ଶ୍ରୀଲଙ୍କା ସସ୍ତ୍ରୀକଙ୍କ ସମେତ କର୍ମଚାରୀଙ୍କ ପ୍ରତି ସେମାନେ ଦୁର୍ବ୍ୟବହାର କରିଛନ୍ତି। ଏଠାରେ ଔପନ୍ୟାସିକା କାହାଣୀକୁ ଗତିଶୀଳ କରାଇବାକୁ ଯାଇ ତାଙ୍କ ମାତୃଭୂମି ଶ୍ରୀଲଙ୍କାର ଗୃହଯୁଦ୍ଧ ଓ ଅତ୍ୟାଚାରକୁ ସନ୍ନିବେଶିତ କରିଛନ୍ତି। ତାମିଲମାନଙ୍କ ଉପରେ ଶ୍ରୀଲଙ୍କାର ମୂଳବାସିନ୍ଦାଙ୍କ ବ୍ୟବହାର ଓ ତତ୍‌ଜନିତ ଉପୁଜିଥିବା ସମସ୍ୟା ସ୍ଥାନ ପାଇଛି। ଏଥିରେ ଲେଖିକା ଜାତୀୟ ପରିଚୟକୁ ସୂକ୍ଷ୍ମ ଭାବେ ଅବତାରଣା କରିବା ବେଳେ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ଏକ ଅସ୍ତ୍ର ଭାବେ ଦର୍ଶାଇଛନ୍ତି। ଅର୍ଥାତ୍‌ ଶ୍ରୀଲଙ୍କାରେ ତାମିଲ ଏବଂ ଅଷ୍ଟ୍ରେଲିଆରେ ଶ୍ରୀଲଙ୍କା ବାସିନ୍ଦାଙ୍କ ପ୍ରତି ଅସୂୟାଭାବକୁ ଶଙ୍କରୀ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ଅନ୍ତର୍ଜାତୀୟ ସ୍ତରରେ ପାଠକୀୟ ସ୍ବୀକୃତିଲାଭ କରିଛି। ଶଙ୍କରୀ କହନ୍ତି, ଲେଖିଲା ବେଳେ ସଚ୍ଚୋଟଭାବ ତାଙ୍କ ଲେଖାର ଉପାଦାନ ପାଲଟିଯାଇଥାଏ। ସମ୍ଭବତଃ ସେଥିପାଇଁ ସେ ପାଠକୀୟ ଆଦୃତି ପାଇଛନ୍ତି।
ବ୍ୟକ୍ତିଗତ ଜୀବନ କହିଲେ ତାଙ୍କ ପରିଚୟ ହେଉଛି ସେ ଅଷ୍ଟ୍ରେଲିଆରେ ରହୁଥିବା ତାମିଲ ଆଇନଜୀବୀ। ଉପନ୍ୟାସ ଲେଖିବାକୁ ସେ ଭଲ ପାଇଥାଆନ୍ତି। ଏଥିସହିତ ତାଙ୍କ କ୍ଷୁଦ୍ରଗଳ୍ପ ବହୁ ପ୍ରସିଦ୍ଧ ସାହିତ୍ୟ ପ୍ରତିକାରେ ପ୍ରକାଶ ପାଇ ପାଠକୀୟ ସ୍ବୀକୃତି ସାଉଁଟିଛି। ସେ ଏବେ ସିଡ୍‌ନୀଠାରେ ସ୍ବାମୀ ଓ ୪ ସନ୍ତାନଙ୍କ ସହ ବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିବିଧତାର ଦେଶ ଭାରତ। ଏଠାରେ ଧର୍ମର ବିବିଧତା ଥିବା ବେଳେ ପର୍ବପର୍ବାଣିରେ ମଧ୍ୟ ଏହା ଲକ୍ଷ୍ୟ କରାଯାଏ। ସେଥିମଧ୍ୟରେ ଉତ୍ତରାଖଣ୍ଡରେ ପାଳନ ହେଉଥିବା ବଟର ଫେଷ୍ଟିଭାଲ...

ଅନ୍ଧଭକ୍ତି ନୁହେଁ ଈଶ୍ୱର ଭକ୍ତି

କିଛି ମାସ ତଳେ ଉତ୍ତରପ୍ରଦେଶର ହାଥ୍‌ରାସରେ ଏକ ସତ୍‌ସଙ୍ଗରେ ଦଳାଚକଟା ଘଟି ୧୨୧ ଜଣ ମୃତ ଏବଂ ୨୮ ଜଣ ଆହତ ହୋଇଥିଲେ; ଯେଉଁଥିରେ ମହିଳା...

ସାମ୍‌ନାରେ ସମସ୍ୟା ଅନେକ

ସମସ୍ତେ କ୍ଷମତାକୁ ଭଲ ପାଆନ୍ତି ଏବଂ କ୍ଷମତା ବଜାୟ ରଖିବାକୁ ଚାହାନ୍ତି। ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ପ୍ରଚାରରେ ଲିପ୍ତ ରୁହନ୍ତି। କିନ୍ତୁ ବର୍ତ୍ତମାନ...

ବିଷାକ୍ତ ଔଷଧ

ଦି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ବା ଭାରତର ଔଷଧ ମହାନିରୀକ୍ଷକ ନିକଟରେ ୧୬ଟି ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ସେହିସବୁ ଔଷଧ...

ଏଇ ଭାରତରେ

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ପ୍ରତିବନ୍ଧକ ହାର୍‌ମାନେ। ଯାହାର ଉଦାହରଣ ସାଜିଛନ୍ତି ଉତ୍ତରାଖଣ୍ଡ ବାଗେଶ୍ୱର ଅଞ୍ଚଳ ନିବାସୀ ମମତା କାର୍କି।...

ନୀରବଦ୍ରଷ୍ଟା

ଅନେକ ସମୟରେ ଆଖିଆଗରେ କିଛି ଗୋଟେ ଘଟଣା କି ଦୁର୍ଘଟଣା ଘଟୁଥିବା ବେଳେ କିଛି ଲୋକ ନୀରବରେ ଏ ଦୃଶ୍ୟ ଉପଭୋଗ କରୁଥିବାର ଦେଖିବାକୁ ପାଇବେ।...

ପେଜର ବିସ୍ଫୋରଣରୁ ଶିକ୍ଷା

ଇସ୍ରାଏଲ-ହମାସ ଯୁଦ୍ଧ ଏବେ କଡ଼ ଲେଉଟାଇ ଇସ୍ରାଏଲ୍‌-ହେଜ୍‌ବୋଲ୍ଲା ଯୁଦ୍ଧର ରୂପ ନେଲାଣି। ଇସ୍ରାଏଲ ଅଭିନବ ବୁଦ୍ଧି ଖଟାଇ ଲେବାନନରେ କରିଥିବା ପେଜର, ଓ୍ବାକିଟକି ଏବଂ ପରବର୍ତ୍ତୀ...

ସ୍କୁଲ ମାଷ୍ଟରଙ୍କୁ ପତ୍ରଟିଏ

ସମ୍ମାନନୀୟ ଗୁରୁଜୀ, ମୋର ନମସ୍କାର ନେବେ। ଅନେକ ଭାବିଚିନ୍ତି ପତ୍ରଟିଏ ଲେଖିଲି। ମନକୁ ଆସୁଥିବା କଥାଗୁଡ଼ିକ ଏକାଥରକେ ସଜାଡ଼ି କହିବା ସମ୍ଭବ ନୁହେଁ ବୋଲି ପତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri