Posted inଖେଳ

ମହିଳା ଫୁଟ୍‌ବଲରେ ଯୌନଶୋଷଣ

ଫୁଟ୍‌ବଲ ଏକ କଣ୍ଟାକ୍ଟ ସ୍ପୋଟର୍‌ସ ହୋଇଥିବାରୁ ସାଧାରଣ ଭାବରେ ମହିଳାମାନେ ଏଥିରେ ଅଂଶଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି। ତେବେ ଏହା ଏକମାତ୍ର କାରଣ ନୁହେଁ, ଅନ୍ୟ ଏକ କାରଣ ହେଉଛି ଯୌନ ଶୋଷଣ ତଥା ଓ ମାନସିକ ନିର୍ଯାତନା। ଆମେରିକାର ମହିଳା ଫୁଟ୍‌ବଲ ଲିଗ୍‌ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ୬୦ ପ୍ରତିଶତ ମହିଳା ଫୁଟ୍‌ବଲର ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଥାନ୍ତି। ଏସବୁ ଘଟଣାକୁ କୋର୍ଟରେ ପ୍ରମାଣିତ କରିବା ମଧ୍ୟ ବେଶ୍‌ କଷ୍ଟସାଧ୍ୟ। ୮୯ ହଜାର ଅଭିଯୋଗ ଆସିବା ପରେ ୨୦୦ ମହିଳା ଖେଳାଳିଙ୍କଠାରୁ ସାକ୍ଷାତ୍‌କାର ମଧ୍ୟ ନିଆଯାଇ ଏହି ତଥ୍ୟ ପ୍ରକାଶିତ ହୋଇଛି। ନିକଟରେ ଆମେରିକୀୟ ଲିଗ୍‌ ପକ୍ଷରୁ ଏହି ଅନୁସନ୍ଧାନ ରିପୋର୍ଟ ଆଧାରରେ ୪ ଜଣ ପୂର୍ବତନ କୋଚ୍‌ଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ମହିଳା ଖେଳାଳିଙ୍କୁ ଏମାନେ ଶାରୀରିକ ଓ ମାନସିକ ଭାବରେ ନିର୍ଯାତନ ପ୍ରଦାନ କରୁଥିଲେ। ନର୍ଥ କାରୋଲିନାର ପୂର୍ବତନ କୋଚ୍‌ ପଲ୍‌ ରାଇଲି, ଚିକାଗୋ ରେଡ୍‌ ଷ୍ଟାର୍ସର ପୂର୍ବତନ କୋଚ୍‌ ରୋରି ଡେମ୍‌ସ, ଓ୍ବାଶିଂଟନ୍‌ ସ୍ପିରିଟ୍‌ କୋଚ୍‌ ରିଚି ବର୍କ ଓ ରେସିଂ ଲୁଇଭିଲ୍ଲେର ପୂର୍ବତନ କୋଚ୍‌ କ୍ରିଷ୍ଟି ହୋଲିଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ଏହା ବ୍ୟତୀତ ଖେଳାଳିଙ୍କୁ ମାନସିକ ଭାବରେ ନିର୍ଯାତିତ କରିଥିବା ୟୁଟା ରୟାଲ୍ସର କ୍ରେଗ୍‌ ହାରିଙ୍ଗଟନ୍‌ ଓ ଗୋଥାମ୍‌ର ଆଲିସ୍‌ ଲାହୁଏଙ୍କୁ ୨ ବର୍ଷ ବାସନ୍ଦ କରାଯାଇଛି।

ଜର୍ଜ ଭିଲ୍ଡା
ସ୍ପେନ୍‌ ଫୁଟ୍‌ବଲ ମହାସଂଘର ସଭାପତି ରୁବେଲ୍ସଙ୍କ ଫାଇନାଲ ମ୍ୟାଚ୍‌ ଚୁମ୍ବନ ଘଟଣା ପରେ ହିଁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମହିଳା ଫୁଟବଲରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ନାନାଦି ପ୍ରଶ୍ନ ମଧ୍ୟ ଉଠିଛି। ବିଶ୍ୱକପ ବିଜୟର ଠିକ୍‌ ବର୍ଷେ ପୂର୍ବରୁ ବର୍ତ୍ତମାନର କୋଚ୍‌ ଜର୍ଜ ଭିଲ୍ଡାଙ୍କ ନାମରେ ୧୫ ଜଣ ଖେଳାଳି ଯୌନ ଶୋଷଣ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏପରି କି ଏହି ୧୫ ଖେଳାଳି ଜାତୀୟ ଦଳରେ ସାମିଲ ନ ହେବା ପାଇଁ ଅନୁରୋଧ କରିଥିଲେ। ବାଲନ୍‌ ଡି ଓର ବିଜୟିନୀ ଆଲେକ୍ସିସ୍‌ ପୁଟେଲାସ୍‌ ଏହି ଖେଳାଳି ମାନଙ୍କୁ ସମର୍ଥନ କରିଥିଲେ। ଏହି ତାଲିକାରେ ୬ ଜଣ ବାର୍ସେଲୋନା ଖେଳାଳି ରହିଥିବା ବେଳେ ମାଞ୍ଚେଷ୍ଟର ସିଟି ଓ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ଦୁଇ ଜଣ ଲେଖାଏ ଖେଳାଳି ରହିଥିଲେ। ଯଦିଓ ଏହି ମାମଲାକୁ ସ୍ପେନ୍‌ ଫୁଟ୍‌ବଲ ମହାସଂଘ ଦବାଇ ଦେଇଥିଲା ତେବେ ବର୍ତ୍ତମାନ ସମାନ ଘଟଣା ଭୂତ ହୋଇ ପିଛା କରିବାରେ ଲାଗିଛି। ଉକ୍ତ ଖେଳାଳିଙ୍କ ମଧ୍ୟରୁ ୩ ଖେଳାଳି ବିଶ୍ୱକପ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ତେବେ ଜର୍ଜ ଭିଲ୍ଡାଙ୍କ ବିରୋଧରେ ନିକଟରେ କୌଣସି ଅଭିଯୋଗ ଆସି ନ ଥିବା ବେଳେ ରୁବେଲ୍ସଙ୍କୁ ଫିଫା ପକ୍ଷରୁ ବାସନ୍ଦ କରାଯାଇଛି।

ଭେରା ପାଓ
ପ୍ରଥମ ଥର ପାଇଁ ଆୟର୍ଲାଣ୍ଡକୁ ମହିଳା ଫୁଟବଲ ବିଶ୍ୱକପର ମୁଖ୍ୟ ରାଉଣ୍ଡରେ ପ୍ରବେଶ କରାଇବାରେ କୋଚ୍‌ ଭେରା ପାଓଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ବିଶ୍ୱକପ ପରେ ୬୦ ବର୍ଷୀୟ ପାଓଙ୍କ ସହିତ ସମ୍ପର୍କ ଛିନ୍ନ କରିଥିଲା ଆୟର୍ଲାଣ୍ଡ ଫୁଟବଲ। ଏହାର କାରଣ ଜଣାଇ ନ ଥିଲେ ମଧ୍ୟ ବିଶ୍ୱକପ ପୂର୍ବରୁ ଆସିଥିବା ଯୌନ ଶୋଷଣ ମାମଲାକୁ ଏହାର ମୁଖ୍ୟ କାରଣ ବିବେଚନା କରାଯାଉଛି। ମିଡ୍‌ଫିଲ୍ଡର ସିନଡ୍‌ ଫେରେଲି ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଭେରା ପାଓଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଫିଲାଡେଲଫିଆରେ ବସବାସ କରୁଥିବା ସିନଡ୍‌ଙ୍କ ନିକଟରେ ଦ୍ୱୈତ ନାଗରିକତ୍ୱ ରହିଥିବା ବେଳେ ସେ ଆୟର୍ଲାଣ୍ଡ ଜାତୀୟ ଦଳର ପ୍ରତିନିଧିତ୍ୱ କରନ୍ତି। ଭେରା ପାଓଙ୍କ ସହିତ ହୋଇଥିବା ବାର୍ତ୍ତାଳାପକୁ ସେ ଭାଇରାଲ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ମାମଲା ଥଣ୍ଡା ପଡିଥିଲେ ମଧ୍ୟ ପାଓଙ୍କୁ ନିଜର ପଦବୀ ହରାଇବାକୁ ପଡିଥିଲା।

ସମାଧାନ
ଏଭଳି ସମ୍ବେଦନଶୀଳ ଘଟଣାରେ ତ୍ୱରିତ ସମାଧାନ ମିଳିବା ସମ୍ଭବ ନୁହେଁ। ତେବେ ସଚେତନତା ସହିତ ଫୁଟ୍‌ବଲରେ ମହିଳା ପ୍ରଶାସକ ଓ ମହିଳା କୋଚ୍‌ଙ୍କ ସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଏହି ସମସ୍ୟାର ସମାଧାନ ମିଳିପାରିବ। ଅଷ୍ଟ୍ରେଲିଆ/ନ୍ୟୁଜିଲାଣ୍ଡ ମହିଳା ଫିଫା ବିଶ୍ୱକପ୍‌ରେ ୩୨ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରୁ ୧୨ଟି ଦଳର କୋଚ୍‌ ମହିଳା ରହିଥିଲେ। ଅଧିକ ସଂଖ୍ୟାରେ ମହିଳାଙ୍କ ଆଗମନ ଦ୍ୱାରା ମହିଳା ଖେଳାଳିଙ୍କ ଉପରେ ହେଉଥିବା ନିର୍ଯାତନା ନିଶ୍ଚିତ ଭାବରେ ହ୍ରାସ ପାଇବ।
-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri