ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ଜଣେ ତାଲିବାନ ସଦସ୍ୟଙ୍କ ମୃତ୍ୟୁ, ୬ ଆହତ

କାବୁଲ,୧୨ା୬: ଆଫଗାନିସ୍ତାନର କୁନାରରେ ରବିବାର ବିସ୍ଫୋରଣରେ ଜଣେ ତାଲିବାନ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।

 

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ସୁରକ୍ଷା ଅଧିକାରୀ କହିଛନ୍ତି, ଆଜି କୁନାର ମଧ୍ୟଭାଗର ଆସାଦବାଦରେ ବିସ୍ଫୋରଣରେ ଇସ୍‌ଲାମିକ ଏମିରେଟ ବାହିନୀର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଜଣେ ସାଧାରଣ ନାଗରିକଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଏହାପୂର୍ବରୁ ଶନିବାର ଆଫଗାନିସ୍ତାନର ସ୍ପିନ ବୋଲଡାକ ଜିଲାରେ ଏକ ବଡ଼ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମ୍‌ରେ ୫ ଜଣ ତାଲିବାନ ସଦସ୍ୟ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ ଗୁରୁବାର ମଧ୍ୟ ବିସ୍ଫୋରଣ ଘଟିଥିଲା।

Share